ଶିବରାତ୍ରୀରେ ଚାଂଚଲ୍ୟ, ମନ୍ଦିରରୁ ଫେରୁଥିବା ମହିଳାଙ୍କୁ ଗଣ ଦୁଷ୍କର୍ମ

ଶିବରାତ୍ରୀରେ ଚାଂଚଲ୍ୟ, ମନ୍ଦିରରୁ ଫେରୁଥିବା ମହିଳାଙ୍କୁ ଗଣ ଦୁଷ୍କର୍ମ

ଶିବରାତ୍ରୀରେ ଚାଂଚଲ୍ୟ, ମନ୍ଦିରରୁ ଫେରୁଥିବା ମହିଳାଙ୍କୁ ଗଣ ଦୁଷ୍କର୍ମ
ଗତକାଲି ମହାଶିବରାତ୍ରୀ ଥିବା ବେଳେ ସବୁ ଶିବ ମନ୍ଦିର ଉତ୍ସବମୁଖର ହୋଇଥିଲା। ଲୋକେ ଭଗବାନ ଶିବଙ୍କ ପାଇଁ ଉପବାସ କରି ଜାଗର କରିବା ସହ ମନ୍ଦିର ଯାଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ। କିନ୍ତୁ ଭଦ୍ରକରେ ଜଣେ ମହିଳା ଶିବ ମନ୍ଦିର ଯାଇଥିବା ବେଳେ ତାଙ୍କ ସହ ଘଟିଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୀଡ଼ିତା ଶିବ ମନ୍ଦିରକୁ ଯାଇଥିବା ବେଳେ ୨ଅଜଣା ଯୁବକ ତାଙ୍କ ସହ ଦୁଷ୍କର୍ମ ଭଳି ଅପରାଧ କରିଛନ୍ତି। ଘଟଣାଟି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଘଟିଥିବା ବେଳେ ଏତଲା ରଖି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ପୁଲିସ।। ମିଳିଥିବା ସୂଚନା ମୁତାବକ, ପୀଡ଼ିତା ପୂଜା କରିବା ପାଇଁ ଶିବ ମନ୍ଦିର ଯାଇଥିଲେ। ସେଠାରୁ ପୂଜ‌ା କରି ଘରକୁ ଫେରୁଥିବା ବେଳେ ଦୁଇ ଅଜଣା ଯୁବକ ତାଙ୍କୁ ଏକ ଜନଶୂନ୍ୟସ୍ଥାନକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏ ସମୟରେ ପୀଡ଼ିତା ଜୋରରେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ। ଲୋକଙ୍କୁ ଆସିବା ଦେଖି ଧରା ପଡ଼ିଯିବା ଡ଼ରରେ ୨ଅଭିଯୁକ୍ତ ସେଠାରୁ ଖସି ପଳାଇଥିଲେ। ଘଟଣା ପରେ ପୀଡ଼ିତାଙ୍କ ଚିକିତ୍ସା ପାଇଁ ତାଙ୍କୁ ଭଣ୍ଡାରିପୋଖାରୀ କମ୍ୟୁନିଟି ହେଲଥ୍ ସେଣ୍ଟରରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ତାଙ୍କର ଅବସ୍ଥା ଗୁରୁତର ରହିଛି।