ଶିକ୍ଷକଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାକୁ ଓଷ୍ଟାର ଦାବି

ଶିକ୍ଷକଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାକୁ ଓଷ୍ଟାର ଦାବି

ଶିକ୍ଷକଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାକୁ ଓଷ୍ଟାର ଦାବି
ଭୁବନେଶ୍ୱର: ବିଶ୍ୱ ଆଜି କରୋନା ମହାମାରୀ ବିରୋଧରେ ଲଢ଼ୁଛି । ଏହି ଯୁଦ୍ଧରେ ଯେଉଁମାନେ ଯୋଦ୍ଧା ଭାବରେ ଲଢ଼ୁଛନ୍ତି ସେମାନେ ହେଲେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆରକ୍ଷୀ, ସଫେଇ କର୍ମଚାରୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ଶିକ୍ଷକ । ତେବେ ଶିକ୍ଷକଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତଙ୍କୁ ସରକାର କରୋନା ଯୋଦ୍ଧା ଭାବୁଛନ୍ତି ନା ସେମାନଙ୍କ ପାଇଁ ସରକାର ବୀମା ଘୋଷଣା କରିଛନ୍ତି । ଅନ୍ୟମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି । ତେବେ ଶିକ୍ଷକଙ୍କ ପାଇଁ ମଧ୍ୟ ଏହି ବ୍ୟବସ୍ଥା କରନ୍ତୁ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଦାବି କରାଯାଇଛି । ସଂଘ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, କରୋନା ବିରୋଧୀ ମହାସଂଗ୍ରାମରେ ଅନ୍ୟ ସମସ୍ତ କର୍ମଚାରୀମାନଙ୍କ ଭଳି ଶିକ୍ଷକମାନେ ନିଜକୁ ନିୟୋଜିତ କରିଛନ୍ତି । ଜୀବନକୁ ବାଜି ଲଗାଇ ସେମାନଙ୍କ ଉପରେ ନ୍ୟସ୍ତ କରାଯାଇଥିବା କାର୍ଯ୍ୟକୁ ବିପଦପୂର୍ଣ୍ଣ ଅବସ୍ଥାରେ ରହି ମଧ୍ୟ ସୁଚାରୁ ରୂପେ ନିର୍ବାହ କରିଆସୁଛନ୍ତି । ପ୍ରତ୍ୟେକ ପଞ୍ଚାୟତ ଓ ଗ୍ରାମରେ ଅସ୍ଥାୟୀ ଭାବରେ କରାଯାଇଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ଦାୟିତ୍ୱ ସମ୍ଭାଳିବାଠାରୁ ଆରମ୍ଭ କରି ଘରକୁ ଘର ବୁଲି ବାହାରୁ ଆସୁଥିବା ଲୋକଙ୍କ ହିସାବ ରଖୁଛନ୍ତି । ବହିପତ୍ର ବଣ୍ଟନ କରିବା, ମଧ୍ୟାହ୍ନ ଭୋଜନ ରାସନ ସାମଗ୍ରୀ ବଣ୍ଟନ କରିବା ଓ ବିଦ୍ୟାଳୟମାନଙ୍କରେ କରାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସଂକ୍ରମିତ ମାନଙ୍କର ନମୁନା ସଂଗ୍ରହବେଳେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସହାୟତା ପ୍ରଦାନ କରିବା ଭଳି ବିପଦ ପୂର୍ଣ୍ଣ କାର୍ଯ୍ୟରେ ସରକାର ଶିକ୍ଷକମାନଙ୍କୁ ନିୟୋଜିତ କରିଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷକମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଛି । ଏ ପର୍ଯ୍ୟନ୍ତ ସରକାର କରୋନା ଭାଇରସ ଯୁଦ୍ଧରେ ନିୟୋଜିତ ଅନ୍ୟ କର୍ମଚାରୀମାନଙ୍କ ଭଳି ଶିକ୍ଷକମାନଙ୍କୁ କରୋନା ଯୁଦ୍ଧର ଯୋଦ୍ଧା ଭାବରେ ଗ୍ରହଣ କଲେ ନାହିଁ । ସେମାନଙ୍କ ପାଇଁ କ୍ଷୟକ୍ଷତି ସମୟରେ କୌଣସି ଅନୁକମ୍ପା ରାଶି ବି ଘୋଷଣା କଲେ ନାହିଁ । ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ।