ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ
ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ
admin
Dec 10, 2019 - 14:19
Updated: Dec 10, 2019 - 14:19
କୋକସରା(ଜଗଦୀଶ ଚନ୍ଦ୍ର ନାଏକ) - କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନସ୍ଥ ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦିର୍ଘ ଦିନ ହେବ ଶିକ୍ଷକ ଅଭାବ ଲାଗିରହିଥିବାରୁ ମଙ୍ଗଳବାର ଛାତ୍ରଛାତ୍ରୀ ମାନେ ସ୍କୁଲ ଗେଟ୍ ଆଗରେ ତାଲା ପକେଇ ଆନ୍ଦୋଳନରେ ବସିଛନ୍ତି । ସୁଚନା ଯୋଗ୍ୟଯେ, ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀରେ ମୋଟ୍ ୨୪୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ସ୍କୁଲରେ ୪ ଜଣ ଶିକ୍ଷକ କାର୍ୟ୍ୟରତ ଅଛନ୍ତି । ସ୍କୁଲର ପ୍ରଧାନ ଶିକ୍ଷକ ଶିମାଞ୍ଚଳ ଦାସ ଅବସର ନେବାପରେ ବିଦ୍ୟଳୟରେ ପ୍ରଧାନ ଶିକ୍ଷକ ସ୍ଥାନ ଖାଲିପଡିଥିଲା । ତେବେ ୪ ଜଣ ଶିକ୍ଷକ ମଧ୍ୟରୁ ଜଣେ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱରେ କାମ ତୁଲାଉଛନ୍ତି । ଅନ୍ୟପକ୍ଷେ ସ୍କୁଲରେ ବିଜ୍ଞାନ ଶିକ୍ଷକ ଖାଲିଥିବାରୁ ବିଜ୍ଞାନ ବିଶୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଆଗକୁ ମାଟ୍ରିକ ବୋର୍ଡ ପରିକ୍ଷା ଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ଅନେକ ଆସୁବିଧାର ସମ୍ମୁଖିନ
ହେବାକୁ ପଡୁଛି । ଏନେଇ ସ୍କୁଲ ପରିଚାଲନା କମିଟି ଓ ଅଭିଭାବକ ଶିକ୍ଷା ବିଭଗକୁ ଅନେକଥର ଜଣାଇଥିଲେ ହେଁ ଶିକ୍ଷକ ନିଯୁକ୍ତି ପୂରଣ ଦିଗରେ ଶିକ୍ଷା ବିଭାଗ କୌଣସି ଦୃଷ୍ଟି ଦେଉନଥିବାରୁ ବାଧ୍ୟହୋଇ ସ୍କୁଲ ଗେଟ ଆଗରେ ତାଳା ପକେଇ ଆନ୍ଦୋଳନରେ ବସିଥିବା ଦେଖିବାକୁ ମିଲିଛି । ଖବର ପାଇ କୋକସରା ଗୋଷ୍ଠୀ ଶିକ୍ଷାଧିକାରୀ ତପିମଣି ଜାନି ପହଂଚି ଦିର୍ଘ ସମୟ ଧରି ବୁଝାସୁଝା କରିଥିଲେ ହେଁ, ଯେ ପର୍ୟ୍ୟନ୍ତ ଶିକ୍ଷକ ନିଯକ୍ତି ଦାବି ପୂରଣ ନହେବ ସେପର୍ୟ୍ୟନ୍ତ ଆନ୍ଦୋଳନ ଅବ୍ୟହତ ରହିବ ବୋଲି ଛାତ୍ରାଛାତ୍ରୀ ତଥା ଅଭିଭାବକ ପ୍ରକାଶ କରିଛନ୍ତି । ଏ ବିଶୟରେ କୋକସରା ଗୋଷ୍ଠୀ ଶିକ୍ଷାଧିକାରୀ ତପିମଣି ଜାନିଙ୍କୁ ପଚାରିବାରୁ କୌଣସି ଉତ୍ତର ଦେବା ପାଇଁ ମନା କରିଦେଇଥିଲେ ।