ଶାଢୀ ପିନ୍ଧି କବାଡି ଖେଳ
ଶାଢୀ ପିନ୍ଧି କବାଡି ଖେଳ
ଭିନ୍ନ ଭିନ୍ନ ଖେଳା ପାଇଁ ଖେଳାମାନଙ୍କୁ ବିଭିନ୍ନ ପ୍ରକାର ପୋଷାକ ପିନ୍ଧିବାକୁ ପଡିଥାଏ । ତାହା ଯେ କ୍ରୀଡା ପରିସରକୁ ସୁନ୍ଦର କରିବା ପାଇଁ ଯେତିକି ନୁହେଁ ତାଠାରୁ ବେଶୀ ହେଉଛି ଖେଳର ଗତିଶୀଳତା ପାଇଁ । ସ୍ୱତନ୍ତ୍ର ଧରଣର ପୋଷାକରେ ହିଁ ଖେଳାମାନେ ଆରାମ ଓ ପୂର୍ତ୍ତି ଅନୁଭବ କରିଥାନ୍ତି । ଯେପରିକୁ କ୍ରିକେଟ, ଗଲଫ ଓ ଗାଡିଚାଳନା ଆଦିରେ ଫୁଲ ଡ୍ରେସ ଏବଂ ଟେନିସ ଓ ବ୍ୟାଡିମିଣ୍ଟନ , ଫୁôଟ୍ବଲ ଓ କବାଡି ଖେଳିଲା ବେଳେ ହାଫ ଡ୍ରେସ ପିନ୍ଧିବା । କିନ୍ତୁ ନିକଟରେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏକ ଭିଡିଓ ରୋଚକ ବ୍ୟତିକ୍ରମ ଭାବେ ଉଭା ହେଇଛି । ସେଥିରେ ଛତିଶଗଡ ମହିଳାମାନେ ସାଢୀ ପିନ୍ଧି କବାଡି ଖେଳୁଥି ଦେଖିବାକୁ ମିଳିଥିଲା । ଆଇଏଏସ ଅଧିକାରୀ ଅବନିଶ ଶରଣ ତାଙ୍କ ଟ୍ୱିଟରେ ଛାଡିଥିବା ଏହି ଭିଡିଓ କ୍ଲିପିଂର ଶୀର୍ଷକ ସେ ରଖିଛନ୍ତି ।
ଆମେ କଣ ଅନ୍ୟ କାହାଠାରୁ କମ ! ଛତିଶଗଡ ଅଲମ୍ପିକରେ ମହିଳାମାନେ କବାଡି ଖେଳିବା ଏଥିରେ ଦୁଇ ଦଳ ମହିଳା ଶାଢୀ ପିନ୍ଧି କବାଡି ଖେଳିବା ସହିତ ଯଥା ନୀତି ମଥାରେ ଉଢଣା ଟାଣି ହୋଇ ରହିଛି । ସଂଖ୍ୟାଧିକ ଦର୍ଶକ ସେମାନଙ୍କ ଖେଳ ଉପଭୋଗ କରିବା ସହ ମହିଳାମାନଙ୍କୁ ଉସôାହିତ କରିଛନ୍ତି । ଭିଡିଓଟି ଟ୍ୱିଟରେ ପଡିବା କେଇ ଘଣ୍ଟା ମଧ୍ୟରେ ତାହାକୁ ୨,୮୫,୦୦୦ ଲୋକ ଦେଖିସାରିଛନ୍ତି । ସଂପୃକ ଖେଳରେ ମହିଳାମାନଙ୍କର କୌଶଳ ଓ ଉସôାହକୁ ସବୁ ପ୍ରଶଂସା କରିଛନ୍ତି ।




admin 