ଶପଥ ନେଲେ ଭୁବନେଶ୍ବର ମେୟର ସୁଲୋଚନା ଦାସ
ଶପଥ ନେଲେ ଭୁବନେଶ୍ବର ମେୟର ସୁଲୋଚନା ଦାସ
ଭୁବନେଶ୍ୱର: ଭୁବନେଶ୍ୱର ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା ଦାସ । ତାଙ୍କ ସହ କର୍ପୋରେଟର ମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଆଜି ଡେପୁଟି ମେୟର ନିର୍ବାଚନ ଥିବାରୁ ଏହା ପୂର୍ବରୁ ମେୟର ଓ କର୍ପୋରେଟରମାନେ ଶପଥ ନେଇଛନ୍ତି ।
ବିଏମସି ପକ୍ଷରୁ ଏନେଇ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା । ବିଏମସି କନଫେରେନ୍ସ ହଲରେ ଏହି ଉତ୍ସବ କରାଯାଇଥିଲା । ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସମସ୍ତ ନିର୍ବାଚିତ ପ୍ରତିନିଧିମାନଙ୍କୁ ଶପଥ ଗ୍ରହଣ କରାଇଥିଲେ ।
ଚଳିତ ନିର୍ବାଚନରେ ୬୭ କର୍ପୋରେଟରଙ୍କ ମଧ୍ୟରୁ ୫୧ ଜଣ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ସେହିପରି ୩୩ ଜଣ ମହିଳା ପ୍ରଥମ ଥର ପାଇଁ କର୍ପୋରେଟର ହୋଇଛନ୍ତି ।




admin 