ଶଙ୍ଖ ଧରିଲେ କୈଳାସ କୁଲେସିକା

ଶଙ୍ଖ ଧରିଲେ କୈଳାସ କୁଲେସିକା

ଶଙ୍ଖ ଧରିଲେ କୈଳାସ କୁଲେସିକା

ଭୁବନେଶ୍ୱର:କଂଗ୍ରେସକୁ ପୁଣି ଲାଗିଛି ଝଟକା। ଏକଦା କଂଗ୍ରେସର ଗଡ଼ ଥିବା ଅବିଭକ୍ତ କୋରାପୁଟ ଜିଲ୍ଲାରେ ସଙ୍ଘଠନ ଭାଙ୍ଗୁଛି। ଦଳ ଛାଡ଼ୁଛନ୍ତି ନେତା, କର୍ମୀ। ଚନ୍ଦ୍ରଶେଖର ମାଝୀଙ୍କ ପରେ ବିଜେଡ଼ିରେ ଯୋଗଦେଇଛନ୍ତି କଂଗ୍ରେସ ନେତା କୈଳାସ ଚନ୍ଦ୍ର କୁଲେସିକା । ତାଙ୍କ ସମର୍ଥକମାନଙ୍କ ସହିତ ବିଜେଡ଼ିରେ ସାମିଲ ହୋଇଛନ୍ତି କୈଳାସ । ୨୦୧୪ ରୁ ୨୦୧୯ ଲକ୍ଷ୍ମୀପୁରରୁ କଂଗ୍ରେସ ବିଧାୟକ ଥିଲେ କୈଳାସ । ୨୦୧୯ ନିର୍ବାଚନରେ ମାତ୍ର ୨୨୯ ଖଣ୍ଡ ଭୋଟରେ ବିଜେଡ଼ିର ପ୍ରାଥିଙ୍କଠୁ ପରାଜୟ ବରଣ କରିଥିଲେ ।

କିଛିଦିନ ତଳେ ସେ ବିଧିବଦ୍ଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ପୂର୍ବରୁ କୋଟପାଡର ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝି ବିଜେଡିରେ ମିଶିଥିଲେ । ରାଜ୍ୟ ବିଜେଡି କାର୍ୟ୍ୟାଳୟରେ ଆଜି ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ ଓ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଉପସ୍ଥିତ ଥିଲେ।