ଲିଫ୍ଟରୁ ଖସି ପଡ଼ି ବୃଦ୍ଧ ମୃତ

ଲିଫ୍ଟରୁ ଖସି ପଡ଼ି ବୃଦ୍ଧ ମୃତ

ଲିଫ୍ଟରୁ ଖସି ପଡ଼ି ବୃଦ୍ଧ ମୃତ

ଭୁବନେଶ୍ୱର: ଏମିତି ବି ଆସେ ମୃତ୍ୟୁ । ଲିଫ୍ଟରୁ ଖସି ପଡି ବୃଦ୍ଧ ମୃତ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସୁନ୍ଦରପଦା ହାଇଟେକ୍ ପ୍ଲାଜାରେ । ଲିଫ୍ଟରୁ ପଡ଼ି ମୃତ୍ୟୁ ବରଣ କରିଥିବା ବୃଦ୍ଧଜଣଙ୍କ ସେଇ ପ୍ଲାଜାରେ ରହୁଥିଲେ । ମୃତକ ଜଣଙ୍କ ହେଲେ ସୀମାଞ୍ଚଳ ମହାପାତ୍ର। ମୃତ ସୀମାଞ୍ଚଳ ମହାପାତ୍ରଙ୍କ ଘର ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ସେ ହାଇଟେକ୍ ପ୍ଲାଜାରେ ଘର କିଣି ଦୀର୍ଘ ଦିନ ଧରି ରହି ଆସୁଥିଲେ। ମିଳିଥିବା ସୂଚନା ଅନୁସାରେ, ଲିଫ୍ଟର ଡୋର ଲକ୍ ଖରାପ ଥିବାରୁ ଏଭଳି ଅଘଟଣ ହୋଇଥିବା ଅଭିଯୋଗ ହୋଇଛି । ବୃଦ୍ଧ ଜଣଙ୍କ ଲିଫ୍ଟର ସୁଇଚ୍ ମାରିଥିଲେ । ଲିଫ୍ଟ ସୁଇଚ୍ ମାରିବା ପରେ ଡୋର ଖୋଲିଥିଲା କିନ୍ତୁ ଲିଫ୍ଟ ଆସି ନଥିଲା । ଯାହା ଫଳରେ ବୃଦ୍ଧ ଜଣଙ୍କ ତଳକୁ ପଡି ଯାଇଥିଲେ ଏବଂ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ଏୟାରଫିଲଡ଼ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।