ଲିପଷ୍ଟିକ ଅନୁସାରେ ନାରୀର ଚରିତ୍ର ସମ୍ପର୍କରେ ଜାଣନ୍ତୁ

ଲିପଷ୍ଟିକ ଅନୁସାରେ ନାରୀର ଚରିତ୍ର ସମ୍ପର୍କରେ ଜାଣନ୍ତୁ

ଲିପଷ୍ଟିକ ଅନୁସାରେ ନାରୀର ଚରିତ୍ର ସମ୍ପର୍କରେ ଜାଣନ୍ତୁ
ନାରୀମାନେ ନିଜକୁ ସୁନ୍ଦରୀ ଭାବେ ସଜାଇବା ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରଙ୍ଗର ବିନ୍ଦି, ଲିପଷ୍ଟିକ ସହିତ ମ୍ୟାଚ କରି ଡ୍ରେସ ଓ ଚପଲ ଆଦି ବ୍ୟବହାର କରିଥାନ୍ତି । ସେମାନଙ୍କ ପସନ୍ଦ ଅନୁସାରେ ସେମାନଙ୍କ ଚରିତ୍ର ସମ୍ପର୍କରେ ଧାରଣା କରାଯାଇପାରେ । ଲାଲ ଲିପଷ୍ଟିକ: ଏହାକୁ ଲଗାଉଥିବା ନାରୀ ବା ଯୁବତୀ ନିଜର ଭଲ ପାଇବାକୁ ପ୍ରକାଶ କରିଥାନ୍ତି । ନିଜକୁ ଅନ୍ୟମାନଙ୍କ ପାଖରେ ଲୁଚାଇବାକୁ ଚେଷ୍ଟା କରିନ୍ତିନି । ପ୍ରେମ ଓ ଜୀବନକୁ ନେଇ ବେଶ ଭାବପ୍ରବଣ । କଳା: ଏହା ଖୁବ କମ ନାରୀ ପସନ୍ଦ କରନ୍ତି । ଯେଉଁମାନେ ପସନ୍ଦ କରନ୍ତି ସେମାନଙ୍କ ସ୍ୱଭାବ ନକରାତ୍ମକ । ପିଙ୍କ: କମ ବୟସର ନାରୀମାନେ ଏହି ରଙ୍ଗର ଲିପଷ୍ଟିକ ପସନ୍ଦ କରନ୍ତି । ଏହା ଶାନ୍ତ, ସ୍ୱାଭାବ ଓ ମାଧୁର୍ଯ୍ୟର ପ୍ରତୀକ । ଏମାନଙ୍କ ହୃଦୟ ଖୁବ ନରମ । ଓ ସମ୍ବେଦନଶୀଳ । ବ୍ରାଉନ: ଯେଉଁମାନେ ସମ୍ଭ୍ରାନ୍ତ ଓ ମାର୍ଜିତ ସ୍ୱଭାବର ସେମାନେ ଏହି ରଙ୍ଗ ପସନ୍ଦ କରନ୍ତି । ପରିସ୍ଥିତି, ପରିବେଶ ଓ ପରିବାର ଲୋକଙ୍କ ସହିତ ଖାପ ଖୁଆଇ ଚଳନ୍ତି । ଉପସ୍ଥିତ ବୁଦ୍ଧି ଦ୍ୱାରା ବିଭିନ୍ନ ସମସ୍ୟାର ସମାଧାନ କରିପାରନ୍ତି । ନୁ୍ୟଡ ବା ନେଚୁରାଲ: ଏହି ରଙ୍ଗକୁ ପସନ୍ଦ କରୁଥିବା ମହିଳାମାନେ ଖୁବ ଆତ୍ମବିଶ୍ୱାସୀ । ମିଜାଜ ଥଣ୍ଡା । ଅଯଥା ସାଜସଜ୍ଜା ପସନ୍ଦ କରନ୍ତିନି । ପର୍ପଲ: ଏହାକୁ ପସନ୍ଦ କରୁଥିବା ମହିଳାମାନଙ୍କର ସ୍ୱଭାବ ଖୁବ ଜଟିଳ ଓ ଛଳନାମୟୀ । ଉପରେ ଗୋଟିଏ କଥା ମାତ୍ର ଭିତରେ ଗୋଟିଏ କଥା । ଏମାନେ ବିଶ୍ୱାସ ଯୋଗ୍ୟ ନୁହନ୍ତି । ଅରେଞ୍ଜ: ଏହାକୁ ପସନ୍ଦ କରୁଥିବା ନାରୀମାନେ ନିଜ ମନମର୍ଜିରେ ଚଳନ୍ତି । ଖୁବ ବେପରୁୱା । କୌଣସି କଥାକୁ ଖାତିର ନଥାଏ । ସାଲିସ ବିହୀନ ଜୀବନ ବିତାଇବାକୁ ଏମାନେ ପସନ୍ଦ କରନ୍ତି ।