ପୁଣି ଥରେ ମାଓବାଦୀଙ୍କ ବର୍ବରକାଣ୍ଡ : ଘରୁ ଡାକି ନେଇ ଯବାନଙ୍କୁ ଗଳା କାଟି ହତ୍ୟା

ପୁଣି ଥରେ ମାଓବାଦୀଙ୍କ ବର୍ବରକାଣ୍ଡ : ଘରୁ ଡାକି ନେଇ ଯବାନଙ୍କୁ ଗଳା କାଟି ହତ୍ୟା

ପୁଣି ଥରେ ମାଓବାଦୀଙ୍କ ବର୍ବରକାଣ୍ଡ : ଘରୁ ଡାକି ନେଇ ଯବାନଙ୍କୁ ଗଳା କାଟି ହତ୍ୟା
ମାଲକାନଗିରି: କିଛି ଦିନର ନିରବତା ପରେ ପୁଣି ଥରେ ମାଓବାଦୀମାନେ ବର୍ବରକାଣ୍ଡ ଭିଆଇଛନ୍ତି । ଛତିଶଗଡ ସୀମାନ୍ତ ସୁକମା ଜିଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଘରୁ ଡାକି ନେଇ ଯବାନଙ୍କୁ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତ ଯବାନ ଜଣକ ହେଲେ ବେଟ୍ଟୀ ଭୀମା । ଦୋର୍ନାପାଲ ଥାନା ଅନ୍ତର୍ଗତ ପେଟା ଗାଁର ଡିଆରଜି ଯବାନ ବେଟ୍ଟୀ ଭୀମା ମଙ୍ଗଳବାର ତାଙ୍କ ଘରକୁ ଯାଇଥିଲେ । ରାତିରେ ନିଜ ଘରେ ଶୋଇଥିବା ବେଳେ ୧୦ରୁ ୧୫ ଜଣ ମାଓବାଦୀ ସେଠାରେ ପହଞ୍ଚିଥିଲେ । ମାଓବାଦୀମାନେ ବନ୍ଧୁକ ଦେଖାଇ ତାଙ୍କୁ ଘରୁ ଉଠାଇ ନେଇଥିଲେ । ପରେ ଗାଁ ମୁଣ୍ଡ ରାସ୍ତାରେ ପଛରେ ଛେଚି ଦେବା ସହ ଗଳା କାଟି ହତ୍ୟା କରି ଚାଲି ଯାଇଥିଲେ । ଖବର ପାଇ ସୁରକ୍ଷା କର୍ମୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।