ଲଖିମିପୁର ଘଟଣାରେ କଂଗ୍ରେସର ମୌନ ବ୍ରତ
ଲଖିମିପୁର ଘଟଣାରେ କଂଗ୍ରେସର ମୌନ ବ୍ରତ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମିପୁର ଖେରି ଘଟଣାରେ ରାଜନୀତି ଜୋରଦାର ହୋଇଛି। ବିରୋଧୀ ଦଳ ଶାସକ ଦଳକୁ ସବୁ ଦିଗରୁ ଅଡ଼ୁଆରେ ପକାଇବାର ପ୍ରୟାସ ଚଳାଇଛନ୍ତି। ଆଗକୁ ବିଧାନସଭା ନିର୍ବାଚନ ଥିବାରୁ କେହି ଯେପରି ପଛରେ ନ ପଡ଼ନ୍ତି ସେଥିପାଇଁ ଜୋରଦାର ଚେଷ୍ଟା ଚାଲିଛି। କଂଗ୍ରେସ ଆଜି ଏହି ଘଟଣାରେ ମୌନ ବ୍ରତ କରୁଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ସହ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବହିଷ୍କାର ଦାବି କରାଯାଇଛି। ସମସ୍ତ ରାଜ୍ୟର ମୁଖ୍ୟାଳୟରେ କଂଗ୍ରେସ ଦିନ ୧୦ଟାରୁ ୧ଟା ପର୍ୟ୍ୟନ୍ତ ବସି ମୌନ ବ୍ରତ ପାଳନ ଆରମ୍ଭ କରିଛି । ଏ କାର୍ୟ୍ୟକ୍ରମରେ ଦଳର କର୍ମକର୍ତ୍ତା, ବିଧାୟକ, ସାଂସଦ ମାନେ ସାମିଲ ହୋଇଛନ୍ତି । ଏନେଇ ସମସ୍ତ ରାଜ୍ୟର କଂଗ୍ରେସ ମୁଖ୍ୟ ମାନଙ୍କୁ ପୂର୍ବରୁ ଚିଠି କରାଯାଇଥିଲା ।
ସୂଚନା ଥାଉ କି, ଗତ ଅକ୍ଟୋବର ୩ରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଚାଷୀଙ୍କ ଉପରେ ଏକ ଥର୍ କାର ଚଢି ଯାଇଥିଲା । ଯେଉଁଥିରେ ୪ ଚାଷୀଙ୍କ ହୋଇଥିଲା। ଅନ୍ୟପକ୍ଷରେ ଆନ୍ଦୋଳନକାରୀମାନେ ୩ ବିଜେପି କାର୍ୟ୍ୟକର୍ତ୍ତା ଓ ଜଣେ କାର୍ ଚାଳକଙ୍କୁ ପିଟିପିଟି ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। କାରରେ ଆଶିଷ ନଥିବା କହିଥିଲେ ତାଙ୍କ ବାପା ତଥା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା । ପରେ ଏ ଘଟଣାରେ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ସମେତ ଅନେକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।ଆଶିଷଙ୍କୁ ଶନିବାର ଦିନ ଗିରଫ କରାଯାଇଥିଲା । ପୋଲିସ ତାଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ପଚରାଉଚରା କରିଥିଲା ଏବଂ ତାଙ୍କୁ ମାଜିଷ୍ଟେଟଙ୍କ ଆଗରେ ହାଜର କରାଯାଇଥିଲା । ଏହାପରେ ମାଜିଷ୍ଟେଟ ତାଙ୍କୁ ତିନି ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିଲେ । ଆଜି ସକାଳ ୧୧ଟାରେ ଏ ମାମଲାର ଶୁଣାଣି କରାଯିବ ।




admin 