ଦେଶରେ ଗତ ୨୪ ଘଣ୍ଟାରେ ୧୮, ୧୩୨ ସଂକ୍ରମିତ ଚିହ୍ନଟ

ଦେଶରେ ଗତ ୨୪ ଘଣ୍ଟାରେ ୧୮, ୧୩୨ ସଂକ୍ରମିତ ଚିହ୍ନଟ

ଦେଶରେ ଗତ ୨୪ ଘଣ୍ଟାରେ ୧୮, ୧୩୨ ସଂକ୍ରମିତ ଚିହ୍ନଟ

ଆଜି ନୂଆଦିଲ୍ଲୀ : ଦେଶରେ ଖସୁଛି ସଂକ୍ରମଣ । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ୨୦ ହଜାର ତଳେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୧୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୧୯୩ ଜଣଙ୍କ ମୁଣ୍ତ ନେଇଛି କିଲର ଭାଇରସ । ୨୧ ହଜାର ୫୬୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।

ତେବେ, ଦେଶରେ ଏପର୍ୟ୍ୟନ୍ତ ୨ ଲକ୍ଷ ୨୭ ହଜାର ୩୪୭ ସକ୍ରିୟ ମାମଲା ରହିଛି । ସୁସ୍ଥଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୯୩ ହଜାର ୪୭୮କୁ ବୃଦ୍ଧି ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୪ ଲକ୍ଷ ୫୦ ହଜାର ୭୮୨ । ଏହାସହ ଦେଶରେ ୯୫ କୋଟି ୧୯ ଲକ୍ଷ ୮୪ ହଜାର ୩୭୩ ଟୀକାକରଣ କରାଯାଇଛି ।