ଲକଡାଉନରେ ଅଫିସ ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ ଜାରି

ଲକଡାଉନରେ ଅଫିସ ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ ଜାରି

ଲକଡାଉନରେ ଅଫିସ ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ ଜାରି
ଭୁବନେଶ୍ୱର :ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାଜ୍ୟ ସରକାର ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ଆସନ୍ତା ଜୁନ ୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ଜୁନ ୧ ତାରିଖ ସକାଳ ୫ଟା ଯାଏ ଲକଡାଉନକୁ ବୃଦ୍ଧି କରାଯାଇଛି । ତେବେ ଲକଡାଉନରେ ଅଫିସ ପାଇଁ ରାଜ୍ୟ ସରକାର ନୂଆ ଗାଇଡ ଲାଇନ ଜାରି କରାଯାଇଛି । ତାହା ହେଲା ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସବୁ ସରକାରୀ ଅଫିସ ଷ୍ଟାଫକମିବେ । ଅଣଅତ୍ୟାବଶ୍ୟକ ସେବା ସରକାରୀ ଅଫିସ ୧୦% ଷ୍ଟାଫରେ ଚାଲିବ । ଜିଲ୍ଲା ପ୍ରଶାସନ ଓ ଟ୍ରେଜେରୀ ଅଫିସରେ ଷ୍ଟାଫ ଯଥେଷ୍ଟ କମାଯିବ । ବେସରକାରୀ ଓ କର୍ପୋରେଟ ଅଫିସ ୩୩% କର୍ମଚାରୀରେ ଚାଲିବ । ପୁଲିସ, ହୋମଗାର୍ଡ ଓ ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଟକଣା ନାହିଁ । ଅନ୍ୟପକ୍ଷରେ ଲକଡାଉନ ସମୟରେ ଦୈନିକ୪ଘଣ୍ଟା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ । ପରିବା, ଗ୍ରୋସରୀ ଓ ଛାତ୍ରଛାତ୍ରୀଙ୍କ ପଢା ବହି ଦୋକାନ ଖୋଲା ରହିବ । ଇଲେକ୍ଟ୍ରି, ଇଲେକ୍ଟ୍ରୋନିକ ମରାମତି ଦୋକାନ ଖୋଲା ରହିବ । ଏସି, କୁଲର ଓ ୱାଟର ପୁ୍ୟରିଫାୟାର ମରାମତି ଦୋକାନ ଖୋଲା ରହିବ । କମ୍ପୁ୍ୟଟର ଓ ମୋବାଇଲ ମରାମତି ଦୋକାନ ମଧ୍ୟ ଖୋଲା ରହିବ । ସିମେଣ୍ଟ, ରଡ ଓ ଚିପ୍ସ ଆଦି ନିର୍ମାଣ ସାମଗ୍ରୀ ଦୋକାନ ଖୋଲା ରହିବ । କେବଳ କ୍ଷୀର ବିକିବାକୁ ଓମଫେଡ ଦୋକାନ ଖୋଲା ରହିବ । ଓମଫେଡ ଦୋକାନରେ ଚା ଓ କଫି ଆଦି ବିକ୍ରି କରାଯିବାକୁ ମନା କରାଯାଇଛି । ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ସକାଳ ୫ଟାରୁ ୮ ପର୍ଯ୍ୟନ୍ତ ଖବର କାଗଜ ବିତରଣ କରିବାକୁ ଅନୁମତି ଦିଆଯାଇଛି ।