ଲକଡାଉନ ସମୟରେ ପିଲାଙ୍କ ପାଇଁ ଆସିଲା ‘ମୋ ପ୍ରତିଭା’

ଲକଡାଉନ ସମୟରେ ପିଲାଙ୍କ ପାଇଁ ଆସିଲା ‘ମୋ ପ୍ରତିଭା’

ଲକଡାଉନ ସମୟରେ ପିଲାଙ୍କ ପାଇଁ ଆସିଲା ‘ମୋ ପ୍ରତିଭା’
ଭୁବନେଶ୍ୱର: ଲକଡାଉନ ଯୋଗୁ ସ୍କୁଲ ଗୁଡ଼ିକ ବନ୍ଦ ହୋଇଯାଇଛି । ସେଥିପାଇଁ ପିଲାମାନେ ପୂରା ସମୟ ଘରେ ରହୁଛନ୍ତି । ଏହି ସମୟରେ ଶିଶୁ, କିଶୋରମାନଙ୍କୁ ସୃଜନଶୀଳ କାର୍ଯ୍ୟରେ ନିୟୋଜିତ ରଖିବା ତଥା ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ସରକାରଙ୍କ ଦୁଇଟି ବିଭାଗ ଆଗେଇ ଆସିଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ୟୁନିସେଫର ସହଯୋଗରେ ‘ମୋ ପ୍ରତିଭା’ ଶୀର୍ଷକ ଏକ ଅନଲାଇନ ପ୍ରତିଯୋଗିତା ଆୟୋଜନ କରାଯାଉଛି । ୫ ରୁ ୧୮ ବର୍ଷ ବୟସର ଶିଶୁ କିଶୋର, କିଶୋରୀମାନଙ୍କ ପାଇଁ ‘ଲକଡାଉନ ସମୟରେ ଗୃହ ଭିତରେ ରହିବାର ଅନୁଭବ ଓ ଜଣେ ନାଗରିକ ହିସାବରେ କୋଭିଡ -୧୯ ସମୟରେ ମୋର କର୍ତ୍ତବ୍ୟ ପ୍ରସଙ୍ଗ ଉପରେ ଚିତ୍ରାଙ୍କନ, ପୋଷ୍ଟର ତିଆରି, ସ୍ଲୋଗାନ ରଚନା, କ୍ଷୁଦ୍ର ଗଳ୍ପ (୫୦୦ ଶବ୍ଦ ମଧ୍ୟରେ) ଓ କବିତା ରଚନା ପ୍ରତିଯୋଗିତା କରାଯିବ । ପଠାଯାଇଥିବା ବିଷୟ ସମ୍ପୂର୍ଣ୍ଣ ନିଜସ୍ୱ ହେବା ଆବଶକ । ଏହି ପ୍ରତିଯୋଗିତା ୫-୧୦ ବର୍ଷ, ୧୧-୧୫ ବର୍ଷ ଏବଂ ୧୬-୧୮ ବର୍ଷ ତିନିଟି ବର୍ଗରେ କରାଯିବ । ବିଜେତାମାନଙ୍କ ନାମ ପ୍ରତି ଗୁରୁବାର ଘୋଷଣା କରାଯିବ । ସମସ୍ତ ବିଷୟ ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ୬ ଟା ମଧ୍ୟରେ ଅନଲାଇନରେ ପଠେଇବାକୁ ହେବ । ଓଡ଼ିଶା ସରକାର ଓ ୟୁନିସେଫ ତରଫରୁ ବିଜେତାମାନଙ୍କୁ ମାନପତ୍ର ପ୍ରଦାନ କରାଯିବ ସହ ଶ୍ରେଷ୍ଠ ନିର୍ବାଚିତ ପ୍ରସଙ୍ଗ ଗୁଡ଼ିକ କୋଭିଡ-୧୯ ସୂଚନା ପ୍ରଚାର ଅଭିଯାନରେ ବ୍ୟବହୃତ ହେବ ।