ଲକ ଡାଉନ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ।
ଲକ ଡାଉନ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ।
admin
Mar 23, 2020 - 06:58
Updated: Mar 23, 2020 - 06:58
ସାରା ଦେଶରେ ଦିନକୁ ଦିନ କାୟା ମେଲାଉଛି କରୋନା ଭୂତାଣୁ। ଗୋଟେ ପରେ ଗୋଟେ ମୁଣ୍ଡ ନେଉଛି କରୋନା । ତେବେ ବର୍ତ୍ତମାନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ରେ ପହଂଚିଛି। ଏହାର ମୁକାବିଲା କରିବାକୁ ଯାଇ ବିଭିନ୍ନ ରାଜ୍ୟ ସରକାର ନିଜ ନିଜ ରାଜ୍ୟର ଅଞ୍ଚଳରେ ଲକ ଡାଉନ ଘୋଷଣା କରିଛନ୍ତି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ପାଇଁ ସଚେତନତା ବାର୍ତ୍ତା ଦେବା ସହ ନିବେଦନ କରିଛନ୍ତି।
ଏହି ଲକ୍ ଡାଉନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍ କରିଛନ୍ତି। ଲକ ଡାଉନକୁ ଏବେ ବି କିଛି ଲୋକ ଗମ୍ଭୀରତାର ସହ ନେଉ ନାହାନ୍ତି। ଦିୟାକରି ନିଜକୁ ଆଉ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ। ଲକ୍ ଡାଉନକୁ ନେଇ ହୋଇଥିବା ଗାଇଡ଼ଲାଇନକୁ ମାନନ୍ତୁ। ରାଜ୍ୟ ସରକାରଙ୍କୁ ମୋର ଅନୁରୋଧ କି ନିୟମ ଓ ଆଇନକୁ ପାଳନ କରନ୍ତୁ।