ରୋବୋଟିକ ସ୍ପାଇଡର

ରୋବୋଟିକ ସ୍ପାଇଡର

ରୋବୋଟିକ ସ୍ପାଇଡର
ରୋବୋଟିକ ସ୍ପାଇଡରକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତାହା ସହ ଏହାକୁ କିପରି ବିଭିନ୍ନ କ୍ଷେତ୍ରରେ ସଫଳତାର ସହ ଉପଯୋଗ କରାଯାଇପାରିବ ସେ ନେଇ ବିଭିନ୍ନ ଦେଶରେ ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଛନ୍ତି । ନିକଟରେ ଏ କ୍ଷେତ୍ରରେ ସଫଳତାର ଫର୍ଦ୍ଦ ଯୋଡୁଛନ୍ତି ୟୁନିଭରର୍ସିଟି ଅଫ ମାଂଚେଷ୍ଟରର ବିଶେଷଜ୍ଞମାନେ । ଦୀର୍ଘ ଚାରି ବର୍ଷର ଚେଷ୍ଟା ପରେ ସେମାନେ ଏକ ରବୋଟିକ ସ୍ପାଇଡର ତିଆରି କରିଛନ୍ତି । ବୁଢ଼ିଆଣୀ ପରି ଏହି ରବୋଟ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଡେଇଁ ପାରିବ । ମାଇକ୍ରୋ ରବୋଟ ଶୀର୍ଷକ ବିଷୟ ଉପରେ ଗବେଷଣା ସମ୍ପର୍କରେ ପ୍ରଫେସର ଡା.ମୁସ୍ତାଫା ନାବାୱେ କହନ୍ତି, ଜମ୍ପିଙ୍ଗ ରବୋଟକୁ କିପରି ଆହୁରି ଉଚ୍ଚ ଶକ୍ତି ସମ୍ପନ୍ନ କରାଯାଇପାରିବ ସେ ନେଇ ଉଦ୍ୟମ ଜାରି ରହିଛି । ଏହା ପରେ ଅନ୍ୟ କୀଟ ପତଙ୍ଗଙ୍କ ଉପରେ ରୋବୋଟ ପ୍ରସ୍ତୁତି ପାଇଁ ଯୋଜନା ଚାଲିଛି ।