ପ୍ରଥମ ରୋବୋ ଚିତ୍ରକର

ପ୍ରଥମ ରୋବୋ ଚିତ୍ରକର

ପ୍ରଥମ ରୋବୋ ଚିତ୍ରକର
ବୈଜ୍ଞାନିକ ଏଡନ ମେଲରଙ୍କ ଦ୍ୱାରା ପ୍ରସ୍ତୁତ ରୋବୋ ଆଇଡା ବିଶ୍ୱର ପ୍ରଥମ ରୋବୋ ଚିତ୍ରକର । ଗଣିତଜ୍ଞ ଆଇଡା ଲବସେଭକ ନାମ ଅନୁସାରେ ଏହି ରୋବୋଟିର ନାମ ରଖାଯାଇଛି । ବୈଜ୍ଞନିକ ଏଡନଙ୍କ ରିପୋର୍ଟ ଅନୁଯାୟୀ, ଆର୍ଟିଫିସିଆଲ ଇଟେଲିଜନ୍ସ ଏବଂ ଆଲଗୋରିଦିମ ସାହାର୍ଯ୍ୟରେ ଏହି ରୋବୋ ପ୍ରସ୍ତୁତ । ମାତ୍ର ରୋବୋ ଆଙ୍ଗୁଠିକୁ ଲଣ୍ଡନର ଇଞ୍ଜିନିୟରମାନେ ନିର୍ମାଣ କରିଛନ୍ତି । ରୋବୋ ଆଇଡାର ଶରୀର ଏବଂ ମୁହଁର ଆକାରକୁ ମହିଳାଙ୍କ ଆକାର ଭଳି କରାଯାଇଛି । ଆଇଡା ଆଗରେ ସାଦାକାଗଜ ରଖିଲେ ସେ କାଗଜର ଆକାରକୁ ପର୍ଯ୍ୟବେକ୍ଷଣ କରି ରଙ୍ଗ ସାହାର୍ଯ୍ୟରେ ଚିତ୍ର କରିଥାଏ । ଏହା ଛଡା ରୋବୋ ପ୍ରସ୍ତୁତି ସମୟରେ ଏକ ବିଶେଷ ପ୍ରେଗ୍ରୋମିଂ କରାଯାଇ ଆଇଡା ଉପରେ ପରୀକ୍ଷା କରାଯାଇଥିଲା । ତେବେ ଆଇଡା କିଛି ଚିତ୍ର ଆଙ୍କିଛି ।ଯାହା ଚଳିତ ମାସ ୧୨ ତାରିଖରେ ଅକ୍ସଫୋର୍ଡ ୟୁନିଭର୍ସିଟିରେ ପ୍ରଦର୍ଶନୀରେ ଆଇଡାର ଚିତ୍ର ସହ ସ୍ଥାପତ୍ୟ ଓ ଆଇଡାର କିଛି ଭିଡିଓ ପ୍ରଦର୍ଶିତ ହେବ । ଭିଡିଓରେ ଆଇଡା ଚିତ୍ର କରିବା ସହ ଦୈନଦିନ କାର୍ଯ୍ୟ କରୁଥିବାର ଦୃଶ୍ୟ ରହିଛି ।