ରୋଜଭ୍ୟାଲି ଚିଟଫଣ୍ଡ କମ୍ପାନିର ୩୦୪ କୋଟି ଟଙ୍କାର ସମ୍ପତ୍ତି ନିଜ ଅକ୍ତିଆରକୁ ନେଲା ଇଡି

ରୋଜଭ୍ୟାଲି ଚିଟଫଣ୍ଡ କମ୍ପାନିର ୩୦୪ କୋଟି ଟଙ୍କାର ସମ୍ପତ୍ତି ନିଜ ଅକ୍ତିଆରକୁ ନେଲା ଇଡି

ରୋଜଭ୍ୟାଲି ଚିଟଫଣ୍ଡ କମ୍ପାନିର ୩୦୪ କୋଟି ଟଙ୍କାର ସମ୍ପତ୍ତି ନିଜ ଅକ୍ତିଆରକୁ ନେଲା ଇଡି
ଭୁବନେଶ୍ୱର : ବହୁଚର୍ଚ୍ଚିତ ରୋଜଭ୍ୟାଲି ଚିଟଫଣ୍ଡ କମ୍ପାନିର ୩୦୪ କୋଟି ଟଙ୍କାର ସମ୍ପତ୍ତି ନିଜ ଅକ୍ତିଆରକୁ ନେଇଛି ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ(ଇଡି) । ଏହା ଭିତରେ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଥିବା ଜଣାପଡ଼ିଛି । କେଉଁ କେଉଁ ନିର୍ଦ୍ଧିଷ୍ଟ ସମ୍ପତ୍ତି ସମ୍ପର୍କରେ ଇଡି ପକ୍ଷରୁ ସୂଚନା ଦିଆଯାଇ ନଥିଲେ ମଧ୍ୟ ଜମି, କୋଠା, ଦାମୀ କାର, ସୁନା ଅଳଙ୍କାର, ବ୍ୟାଙ୍କ ଜମା ରହିଥିବା ଜଣାପଡ଼ିଛି । ଅଧିକାଂଶ ସମ୍ପତ୍ତି ପଶ୍ଚିମବଙ୍ଗରେ ରହିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଇଡିର ୩ଟି ପ୍ରକ୍ରିୟା ରହିଛି । ପ୍ରଥମଟି ହେଲା ସମ୍ପତ୍ତି ଜବତ, ଦ୍ୱିତୀୟଟି ଅକ୍ତିଆରକୁ ନେବା ଏବଂ ତୃତୀୟଟି ବାଜ୍ୟାପ୍ତି । ତେଣୁ ଏବେ ଇଡି ଏହାକୁ ଅକ୍ତିଆରକୁ ନେଇଛି । ପୂର୍ବରୁ ଇଡିର ଭୁବନେଶ୍ୱର ଶାଖା ୩୨୫କୋଟି ଟଙ୍କାର ବ୍ୟାଙ୍କ ଜମା ଜବତ କରିଥିଲା । ଉଲ୍ଲେଖଯୋଗ୍ୟ, ଲୋକଙ୍କୁ ଜମା ଟଙ୍କାର ୨୧ପ୍ରତିଶତ ସୁଧ ହାର ଲୋଭ ଦେଖାଇଥିଲା ରୋଜଭ୍ୟାଲି । କୋଲକାତାର ଏହି କମ୍ପାନି ଓଡ଼ିଶା, ଆସାମରେ ଲୋକଙ୍କଠାରୁ କୋଟି କୋଟି ଟଙ୍କାର ଠକେଇ କରିଥିଲା । ସାରା ଦେଶରୁ ପ୍ରାୟ ୧୭ହଜାର କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଥିଲା । ମାମଲାର ତଦନ୍ତଭାର ସିବିଆଇ ନେଇଥିଲା । ଏହି ମାମଲାରେ କମ୍ପାନି ମୁଖ୍ୟ ଗୌତମ କୁଣ୍ଡୁଙ୍କୁ ତଦନ୍ତକାରୀ ଟିମ ଗିରଫ କରିଥିଲା ।