ରେକର୍ଡ; ଗୋଟିଏ ଦିନରେ କୋଟିଏ ଟିକା

ରେକର୍ଡ; ଗୋଟିଏ ଦିନରେ କୋଟିଏ ଟିକା

ରେକର୍ଡ; ଗୋଟିଏ ଦିନରେ କୋଟିଏ ଟିକା

ନୂଆଦିଲ୍ଲୀ: ଗୋଟିଏ ଦିନରେ କୋଟିଏ ଟିକାକରଣ କରି ଭାରତ ନୂଆ ରେକର୍ଡ ସ୍ଥାପନ କରିଛି। ଏହା ଭାରତୀୟ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତି ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଏହାକୁ ନେଇ ପ୍ରାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାସ୍ଥ୍ୟ ବିଭାଗର ସଫଳତାକୁ ଶୁଭେଚ୍ଛା ଜଣାଇବା ସହିତ ଟ୍ବିଟ୍ କରି ଟିକା ନେଇଥିବା ଦେଶବାସୀଙ୍କ ସହଯୋଗକୁ ଧନ୍ୟବାଦ ଜଣାଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ଏହି ସଫଳତା ପାଇଁ ଗୃହମନ୍ତ୍ରୀ ଅମିତ ସାହ ଖୁସିବ୍ୟକ୍ତ କରି ଟ୍ବିଟ୍ କରିଛନ୍ତି ଯେ ନୂଆ ଭାରତର ଦୃଢ଼ ଇଚ୍ଛାଶକ୍ତିର ଏହା ଅପାର କ୍ଷମତାର ପ୍ରତିବିମ୍ବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ବକୁ ବିଶ୍ବ ଦେଖୁଛି। କରୋନାର ସଫଳ ମୁକାବିଲା ସହିତ ଟିକାକରଣରେ ରେକର୍ଡ ଏହା ମୋଦୀ ଜୀଙ୍କ ଦୃଢ଼ ନେତୃତ୍ବର ପ୍ରମାଣକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ସାହ କହିଛନ୍ତି। ଅନ୍ୟପକ୍ଷରେ ଶୁକ୍ରବାର ସୁଦ୍ଧା ୬୨ କୋଟି ଲୋକ ଟିକା ନେଇ ସାରିଛନ୍ତି। ୫୦ ପ୍ରତିଶତ ପ୍ରଥମ ଡୋଜ୍ ନେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪, ୬୫୮ ମାମଲା ଚିହ୍ନଟ ହୋଇଛନ୍ତି। କେରଳରେ ଗତକାଲି ସର୍ବାଧିକ ୩୦, ୦୭୭ ମାମଲା ଚିହ୍ନଟ ହୋଇଛି।