ରୁଷକୁ ଆମେରିକା ବାୟୁସେନା ମନା

ରୁଷକୁ ଆମେରିକା ବାୟୁସେନା ମନା

ରୁଷକୁ ଆମେରିକା ବାୟୁସେନା ମନା

ୱାଶିଂଟନ: ଋଷ-ୟୁକ୍ରେନ ମଧ୍ୟରେ ଜରି ରହିଛି ଭୟଙ୍କ ଯୁଦ୍ଧ। ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ସବୁଠି ହା ହା କାର ପରିସ୍ଥିତି। ଏଭଳି ସ୍ଥିତିରେ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏସବୁ ଭିତରେ ଆକେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଷ୍ଟେଟ ଅଫ ଦ ୟୁନିଅନର ଅଭିଭାଷଣ ସମୟରେ ବାଇଡେନ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଟାର୍ଗେଟ କରିଛନ୍ତି । ତେବେ ୟୁକ୍ରେନ ସଙ୍କଟକୁ ଦୃଷ୍ଟିରେ  ରଖି ବାଇଡେନ ରୁଷିଆ ଉପରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏହିକ୍ରମରେ ରୁଷିଆ ପାଇଁ ନିଜର ବାୟୁସୀମା ବନ୍ଦ କରିଛି ଆମେରିକା।  ଆମେରିକା ୟୁକ୍ରେନ ଲୋକଙ୍କ ସହିତ ଛିଡା ହୋଇଛି  । 

ଜୋ ବାଇଡେନ କହିଛନ୍ତି, ଋଷ ସାରା ଦୁନିଆର ମୂଳଦୁଆକୁ ହଲାଇବାକୁ ଚେଷ୍ଟା କରିଛି  । ଯୁଦ୍ଧ କ୍ଷେତ୍ରରେ ପୁଟିନଙ୍କର ଏକ ସୁବିଧା ଥାଇପାରେ, କିନ୍ତୁ ଏଥିପାଇଁ ବହୁମୂଲ୍ୟ ହରାଇବାକୁ ପଡିବ  । ଆମେ ଋଷ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଉଛୁ  । କେବଳ ଆମେରିକା ନୁହେଁ ବିଶ୍ୱର ଅନେକ ଦେଶ ୟୁକ୍ରେନ ସହିତ ଛିଡା ହୋଇଛନ୍ତି  ।

ବାଇଡେନ ଏହା ମଧ୍ୟ କହିଛନ୍ତି ଯେ,  ଋଷ ଭାବିଥିଲା ଯେ ଆମେ ୟୁକ୍ରେନକୁ ପଦଦଳିତ କରିବୁ, କିନ୍ତୁ ୟୁକ୍ରେନର ଲୋକମାନେ ଋଷକୁ ଏକ ଦୃଢ ଜବାବ ଦେଇଛନ୍ତି  । ଆମେରିକା ୟୁକ୍ରେନର ଲୋକଙ୍କ ସହିତ ଛିଡା ହୋଇଛି  ।

ବାଇଡେନ ଏହା ମଧ୍ୟ କହିଛନ୍ତି ଯେ, ଆମେରିକା ପକ୍ଷରୁ ଋଷିଆ ବିରୋଧରେ ସମସ୍ତ ପ୍ରକାର କଟକଣା ଲାଗୁ କରାଯାଇଛି ସତ କିନ୍ତୁ ସେ ନିଜେ ଏହି ଯୁଦ୍ଧରେ ଭାଗ ନେବ ନାହିଁ । ଆମେରିକୀୟ ସୈନ୍ୟମାନେ ଋଷିଆ ବିରୋଧରେ ଯୁଦ୍ଧ କରିବେ ନାହିଁ ବୋଲି ସେ ସିଧାସଳଖ ମନା କରିଦେଇଛନ୍ତି ।