ରାଷ୍ଟ୍ରପତିଙ୍କ ପାଦ ଛଇଁବାକୁ ଚେଷ୍ଟା କଲେ, ଚାକିରିରୁ ନିଲମ୍ବିତ ହେଲେ
ରାଷ୍ଟ୍ରପତିଙ୍କ ପାଦ ଛଇଁବାକୁ ଚେଷ୍ଟା କଲେ, ଚାକିରିରୁ ନିଲମ୍ବିତ ହେଲେ
ଜୟପୁର : ରାଜସ୍ଥାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷା ଭଙ୍ଗ ଘଟଣାରେ ଜନସ୍ୱାସ୍ଥ୍ୟ ଯାନ୍ତ୍ରୀକ ବିଭାଗର ଜଣେ ଜୁନିୟର ଇଂଜିନିୟରଙ୍କୁ ରାଜ୍ୟ ସରକାର ଚାରିକିରୁ ନିଲମ୍ବିତ କରିଛନ୍ତି । ଜାନୁଆରୀ ୪ ତାରିଖରେ ରାଷ୍ଟ୍ରପତିଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିଥିବା ମହିଳା କନିଷ୍ଠ ଯନ୍ତ୍ରୀ ଅମ୍ବା ସିଓଲଙ୍କ ନିଲମ୍ବନ ଆଦେଶ ଆଦଶ ଜାନୁଆରୀ ୧୨ରେ ଜାରି କରାଯାଇଛି ।
ରାଷ୍ଟ୍ରପତି ମୁର୍ମୁ ପାଲିଠାରେ ଅନୁଷ୍ଠିତ ସ୍କାଉଟ ଗାଇଡ ଜାମ୍ବୋରିର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବାବେଳେ ପ୍ରୋଟୋକଲ୍ ଭଙ୍ଗ କରି ଅମ୍ବା ତାଙ୍କର ପାଦ ଛୁଇଁବାକୁ ଚେଷ୍ଟା କରିଥିଲେ । ତେଣୁ ତାଙ୍କୁ ନିଲମ୍ବନ କରାଗଲା ବୋଲି ଜଳ ଯୋଗାଣ ବିଭାଗର ମୁଖ୍ୟଯନ୍ତ୍ରୀ କହିଛନ୍ତି ।




admin 