ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ୧୧ ଅନ୍ତେବାସୀଙ୍କୁ ୧୨ ଘଣ୍ଟା ପରେ ଉଦ୍ଧାର କଲା ପ୍ରଶାସନ

ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ୧୧ ଅନ୍ତେବାସୀଙ୍କୁ ୧୨ ଘଣ୍ଟା ପରେ ଉଦ୍ଧାର କଲା ପ୍ରଶାସନ

ରାମକୃଷ୍ଣ  ଆଦର୍ଶ ଶିକ୍ଷାକେନ୍ଦ୍ରର ୧୧ ଅନ୍ତେବାସୀଙ୍କୁ ୧୨ ଘଣ୍ଟା ପରେ ଉଦ୍ଧାର କଲା ପ୍ରଶାସନ
ଢେଙ୍କାନାଳ (ସଂଜୟ କୁମାର ନାୟକ)- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ ରହିଛି ଏକ ଆର୍ଦଶ ବିଦ୍ୟାଳୟ । ବିଦ୍ୟାର୍ଥୀଙ୍କୁ ଆଦର୍ଶ ଶିକ୍ଷା ଦେବା ପାଇଁ ଶପଥ ନେଇଥିବା ପରିଚାଳନା କମିଟିର ମେରିରାୟ ଯୋଗୁ ୧୧ଜଣ ଅନ୍ତେବାସୀ ଭୋକ ଓପାସରେ ରହିଥିଲେ । ଏପରିକି ଶୀତ ଦିନିଆ ଛୁଟିରେ ଘରକୁ ଯାଇନଥିଲେ । ସେମାନଙ୍କର ସୁରକ୍ଷା ଦେବା ନିମନ୍ତେ କୈଣସି ଶିକ୍ଷକ ଶିକ୍ଷୟତ୍ରୀ କିମ୍ବା ସୁରକ୍ଷା କର୍ମୀ ନଥିଲେ । ବିଦ୍ୟାଳୟରେ ତାଲା ବନ୍ଦ ଅବସ୍ଥାରେ ରହିଥିବା ବିଦ୍ୟାର୍ତୀଙ୍କୁ ପ୍ରଶାସନର ହସ୍ତକ୍ଷେପ ପରେ ଉଦ୍ଧାରକରାଯାଇଛି । ସମସ୍ତଙ୍କୁ ସେମାନଙ୍କ ଅଭିଭାବକଙ୍କ ଜରିଆରେ ଘରକୁ ପଠାଇଦିଆଯାଇଛି । ଖବର ନେବାରେ ଜଣାଯାଏ ଯେ କାମାକ୍ଷାନଗର ବ୍ଲକ ମହୁଲପାଳ ସ୍ଥିତ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଶିଶୁଙ୍କୁୁ ନିର୍ଯ୍ୟାତନା ଦିଆଯାଉଥିବାର ସଙ୍ଗୀନ ଅଭିଯୋଗ ହୋଇଛି । ଯାହାକୁ ଖଣ୍ଡନ କରିଛନ୍ତି ବିଦ୍ୟାଳୟର ଅଧକ୍ଷା । ସୂଚନା ଅନୁଯାୟୀ, ୨୦୦୭-୦୮ ମସିହାରେ ମହୁଲପାଳ ଗ୍ରାମରେ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନାମରେ ଏକ ବେସରକାରୀ ବିଦ୍ୟାଳୟ ଖୋଲା ଯାଇଥିଲା । ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଥିଲା । ଚଳିତ ବର୍ଷ ବିଦ୍ୟାଳୟରେ ୫୧ ଜଣ ଛାତ୍ର ଛାତ୍ରୀ ଶିକ୍ଷାଲାଭ କରୁଥିଲେ । ସେମାନଙ୍କ ମଧ୍ୟରୁ ୧୧ ଜଣ ଅନ୍ତେବାସୀ କଙ୍କଡାହାଡ ପାଟବେଡା ଭଳି ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ଆସି ଶିକ୍ଷାଲାଭ କରୁଥିଲେ । ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକୁ ଦଣ୍ଡ ମୁକ୍ତ ଅଂଚଳ ଘୋଷଣା କରିଛନ୍ତି । କିନ୍ତୁ ଏହି ବିଦ୍ୟାଳୟରେ ତାହା କାର୍ଯ୍ୟକାରୀ ହେଉନାହିଁ । ସବୁ ସମୟରେ ଖାଇବା ପିଇବା ପାଇଁ ଦିଆଯାଇନଥାଏ । ଖାଇବା ପାଇଁ ମଧ୍ୟ ମାନସିକ ଭାବରେ ନାନା କଥା ଶୁଣିବାକୁ ମିଳିଥାଏ ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ସରକାର ମାନସିକ ଓ ଶାରିରୀକ ଦଣ୍ଡ ନଦେବା ପାଇଁ କଡାକଡି ଆଇନ୍ କରିଥିବା ବେଳେ କୋମଳମତି ଶିଶୁ ମାନଙ୍କୁ ଶିଶୁ ଶ୍ରମିକ ଭାବେ ଖଟା ଯାଉଥିବା ଅତିତରେ ଦେଖାଯାଇଥିଲା ବିଦ୍ୟାଳୟରେ ପିଲା ମାନଙ୍କୁ ବିଭିନ୍ନ ସମୟରେ ଶିଶୁ ଶ୍ରମିକ ଭାବରେ କାର୍ଯ୍ୟରେ ଲଗା ଯାଉଥିବା ସହ ସେମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା । ଯାହାକୁ ନେଇ ଛାତ୍ର ଅଭିଭାବକ ମାନେ ବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ସେ ତାହା କର୍ଣ୍ଣପାତ କରୁ ନଥିଲେ । ଏପରିକି ଛୁଟି ଦିନ ଗୁଡିକରେ ପିଲା ମାନଙ୍କୁ ଘରକୁ ଛଡା ଯାଉନଥିଲା । ବିଦ୍ୟାଳୟରେ ଅନ୍ତେବାସୀ ମାନଙ୍କୁ ସୁରକ୍ଷା ଦେବା ପାଇଁ କୌଣସି ୱାର୍ଡର କିମ୍ବା ସୁରକ୍ଷାକର୍ମୀ ମାନଙ୍କୁ ନିୟୋଜିତ କରାଯାଇ ନଥିଲା । ଛୋଟ ଛୋଟ କୋମଳମତି ପିଲା ମାନେ ବିଦ୍ୟାଳୟ ପରିସରରେ ରହୁଥିଲେ । ଯାହାକୁ ନେଇ ଅଭିଭାବକ ମାନେ ତଦନ୍ତ କରିବା ପାଇଁ ଶୁକ୍ରବାର ଦିନ ରାତି ପ୍ରାୟ ୯ଟା ବେଳେ ଅନ୍ତେବାସୀ ଛାତ୍ର ଛାତ୍ରୀଙ୍କ ଅଭିଭାବକ ମାନେ ବିଦ୍ୟାଳୟ ଫାଟକ ସାମ୍ନାରେ ବିଦ୍ୟାଳୟ କର୍ତୁପକ୍ଷଙ୍କୁ ଡାକିଥିଲେ । ମାତ୍ର କୌଣସି ଜବାବ ନ ମିଳିବାରୁ ଅଭିଭାବକ ମାନେ ବାଧ୍ୟ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ଡାକିଥିଲେ । ଛାତ୍ର ଛାତ୍ରୀ ମାନେ ଭୟରେ କେହି ଫାଟକ ପାଖକୁ ଆସିନଥିଲେ । ତେବେ ପରିବାର ଲୋକଙ୍କୁ ଦେଖି ପିଲା ମାନେ ବିଦ୍ୟାଳୟରେ ଦିଆଯାଉଥିବା ନିର୍ଯ୍ୟାତନା ସମ୍ପର୍କରେ କହିଥିଲେ । ୧୧ ଜଣ ଛାତ୍ରଛାତ୍ରୀଙ୍କର ଆସିଥିବା ୯ ଜଣ ଅଭିଭାବକ ଏ ସମ୍ପର୍କରେ ଗ୍ରାମ୍ୟ ସଭାପତି ଶ୍ରୀକାନ୍ତ ପଟ୍ଟନାୟକ ,ବ୍ଲକ ଶିକ୍ଷାଧିକାରୀ ଏବଂ ପୋଲିସ ପ୍ରଶାସନଙ୍କୁ ଜଣାଇଥିଲେ । ଶନିବାର ଦିନ ପ୍ରାୟ ୧୦ଟା ବେଳେ ମହୁଲପାଳ ଗ୍ରାମ୍ୟ ସଭାପତି ,ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଜଳଧର ଲେଙ୍କା ,କାମାକ୍ଷାନଗର ଥାନା ଏସଆଇ ଶ୍ରୀନିବାସ ସେଠୀ ପହଂଚି ବିଦ୍ୟାଳୟର ଅଧ୍ୟକ୍ଷା ମମତା ମଂଜରୀ ଦାସଙ୍କ ଉପସ୍ଥିତିରେ ବିଦ୍ୟାଳୟର ତାଲା ଖୋଲିଥିଲେ । ୧୧ ଜଣ ଆଦିବାସୀ ଅନ୍ତେବାସୀଙ୍କୁ ଉଦ୍ଧାର କରି ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଶୁକ୍ରବାର ସନ୍ଧ୍ୟାରେ ପିଲାଙ୍କୁ ଖାଇବାକୁ ଦେବା ପରେ ମୁଖ୍ୟ ଫାଟକରେ ତାଲା ପକାଇ ପଳାଇଯାଇଥିବା ଜଣାପଡିଛି । ଶନିବାର ଦିନ ୧୦ଟାରେ ତାଲି ଖୋଲାଯାଇଥିଲା । ପିଲାମନଙ୍କୁ ବିସ୍କୁଟ ଖାଇବାକୁ ଦିଆଯାଇଛି । ତଦନ୍ତ ଚାଲିଛି । ବିଦ୍ୟାଳୟର କୌଣସି ଆବଶ୍ୟକୀୟ କାଗଜପତ୍ର ନଥିବା ଜଣାପଡିଛି । ବିଦ୍ୟାଳୟରେ ରହୁଥିବା ଅନ୍ତେବାସୀ ମାନଙ୍କୁ ଯେତିକି ପରିମାଣରେ ଖାଦ୍ୟ ଦିଆଯିବା କଥା ତାହା ଦିଆ ଯାଉନାହିଁ । ତେଣୁ ଏ ସମ୍ବନ୍ଧରେ ଆମ୍ଭେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କୁହନ୍ତି ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଜଳଧର ଲେଙ୍କା ଏପରି ବେଆଇନ ଭାବରେ ଖୋଲା ଯାଇଥିବା ବିଦ୍ୟାଳୟକୁ ସରକାର ତୁରନ୍ତ ବନ୍ଦ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି କୁହନ୍ତି ଗ୍ରାମ୍ୟ ସଭାପତି ଶ୍ରୀକାନ୍ତ ପଟ୍ଟନାୟକ କୁହନ୍ତି ଏହା ମୋ ବିରୋଧରେ ଷଡଯନ୍ତ୍ର କରାଯାଇଛି । ଆମ ବିଦ୍ୟାଳୟକୁ ବନ୍ଦ କରିବାକୁ କେତେକ କୁଚକ୍ରୀ ଙ୍କର ବିଦôବଧ ଯୋଜନା । ଅତିତରେ ବି ଏମିତି ବିଲାରେ ଧାନ କାଟିବା ଅଭିଯୋଗ କରିଥିଲେ । ଯାହାକି ମିଥ୍ୟା ପ୍ରମାଣିତ ହେଇଥିଲା । ବୋଲି କୁହନ୍ତି ବିଦ୍ୟାଳୟର ଅଦକ୍ଷା ମମତା ମଜ୍ଞରୀ ଦାସ ଶୁକ୍ରବାର ବିଳମ୍ବିତ ରାତିରେ ଏ ସମ୍ପର୍କରେ ଖବର ପାଇଲି , ବ୍ଲକ ଶିକ୍ଷାଧିକାରୀଙ୍କୁ ତାର ତଦନ୍ତ କରାଯାଇ ପିଲା ମାନଙ୍କୁ କିପରି ଉଦ୍ଧାର କରାଯିବ ନିଦେ୍ର୍ଧଶ ଦେଇଥିଲି । ବିଦ୍ୟାର୍ଥୀମାନଙ୍କର ବିକଳ୍ପ ପାଠ ପଢାର ବ୍ୟବସ୍ଥା କରିବା ନିମନ୍ତେ ପରାମର୍ଶ ଦେଇଛି । ସେ ବିଦ୍ୟାଳୟ ସମ୍ପର୍କରେ ଆମେ କୌଣସି ସୂଚନା ପାଇନଥିଲୁ କିମ୍ବା ସେଠାରେ କେଉଁ ପରିସ୍ଥିତିରେ ଅନ୍ତେବାସୀ ବିଦ୍ୟାର୍ଥୀ ମାନେ ରହୁଥିଲେ ତାହା ମଧ୍ୟ କୌଣସି ସୂଚନା ନାହିଁ । ତେଣୁ ବ୍ଲକ ଶିକ୍ଷାଧିକାରୀଙ୍କ ତଦନ୍ତ ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କାମାକ୍ଷାନଗର ଉପଜିଲ୍ଲାପାଳ ଇଂ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କୁହନ୍ତି ଯେ, ସେ ମତ ଦେଇଥିଲେ । ତେବେ ପ୍ରଶ୍ନ ଉଠୁଛି ପ୍ରଶାସମନର ନାକ ତଳେ ଏଭଳି ବିଦ୍ୟାଳୟ ଚାଲୁଥିଲେ ବି କିଭଳି ଜଣାପଡିନଥିଲା ନା ଜଣି ଶୁଣୁ ଅନୈତିକ ଉପାୟରେ ଚାଲିବା ପାଇଁ ଅଲିଖିତ ପରିମିଶନ ଦିଆଯାଇଥିଲା । ଢେଙ୍କାନାଳ କାମାକ୍ଷାନଗରର ମୁଖ୍ୟ ରାସ୍ତା କଡରେ ବିଦ୍ୟାଳୟଟି ବିଷୟରେ ବହୁ ବାର ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ତଥାପି ପ୍ରଶାସନ କିଡଭଳି ଜାଣିପାରୁନାହିଁ । ବିଲରେ ଧାନ ରୋଇବା , ରାସ୍ତାରେ ଧାଡି ବାନ୍ଧି ପାଖ ରାମିଆଳ ନଦୀକୁ ସ୍ନାନ ଶୈାଚ କରିବାକୁ ଯିବା ବିଷୟ ବହୁ ବାର ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଥିଲା । ଅପରପକ୍ଷେ ଏହି ଉପଖଣ୍ଡ ଅର୍ନ୍ତଗତ ଗିରିଙ୍ଗାବାହାଳ ଠାରେ ଥିବା ବିଦ୍ୟାଳୟରେ ଅଭାବନୀୟ ପରିସ୍ଥତି , ଢେଙ୍କାନାଳ କଣ୍ଟାନାଳୀ ବାଇପାଶ ଠାରେ ଥିବା ଅନ୍ଧ ମୁକ ବଧିର ବିଦ୍ୟାଳୟର ସଂପାଦକଙ୍କୁ ଘୋଷାରୀ ପ୍ରତିବାଦ କରିବା ଭଳି ଘଟଣା ମନରୁ ନଲିଭୁଣୁ ଆଉ ଏକ ବିଦ୍ୟାଳୟରେ ଏଭଳି ଘଟଣା କେବଳ କାମାକ୍ଷାନଗର ପ୍ରଶାସନ ପ୍ରତି ନୁହେଁ ଢେଙ୍କାନାଳ ଜିଲାପାଳଙ୍କ ନିଶ ଉପଡା ହେଲା ଭଳି ହୋଇଛି । ରାଜ୍ୟ ସରକାର ଅନ୍ଧ ମୁକ ବଧିର ସାଜିଲେ ଆଗକୁ ଆହୁରୀ ଅଘଟଣ ଘଟିପାରେ ।