ରାତି ସମୟରେ ପେଟରେ ଗ୍ୟାସ ହେବାର କାରଣ କ’ଣ

ରାତି ସମୟରେ ପେଟରେ ଗ୍ୟାସ ହେବାର କାରଣ କ’ଣ

ରାତି ସମୟରେ ପେଟରେ ଗ୍ୟାସ ହେବାର କାରଣ କ’ଣ

ଭୁବନେଶ୍ୱର: ଗ୍ୟାସ୍‌ଷ୍ଟ୍ରିକ ଏକ ଏମିତି ସମସ୍ୟା, ଯାହା ପାଇଁ ବହୁତ ଲୋକ ଚିନ୍ତାରେ ରହୁଛନ୍ତି। ଭାରତରେ ଏହି ସମସ୍ୟା ବହୁତ ଲୋକଙ୍କର ଅଛି। ଆପଣ ପ୍ରାୟତଃ ଅନୁଭବ କରିଥିବେ ଯେ ରାତିରେ ଯେତେବେଳେ ଆମେ ଶୋଇବାକୁ ଯାଆନ୍ତି, ସେତେବେଳେ ପେଟ ଫୁଲିବା କିମ୍ବା ପେଟ ଗ୍ୟାସ ସମସ୍ୟା ଆରମ୍ଭ ହୋଇଯାଏ। ଏମିତିରେ ସାରା ରାତି ଖାଲି କଡ ଲେଉଟିବାକୁ ପଡିଥାଏ କିନ୍ତୁ ଭଲ ନିଦ ହୋଇନଥାଏ। ଅନେକ ଲୋକଙ୍କ ପେଟରେ ତ ଜଳିବା ଭଳି ଲାଗିଥାଏ। କିନ୍ତୁ କଣ ଆପଣ କେବେ ଭାବିଛନ୍ତି ରାତି ସମୟରେ ପେଟରେ ଗ୍ୟାସ କେଉଁ କାରଣ ପାଇଁ ହୋଇଥାଏ।

ଜାଣନ୍ତୁ ରାତି ସମୟରେ ପେଟ ଗ୍ୟାସ୍‌ ହେବାର କାରଣ
କିଛି ଲୋକଙ୍କୁ ରାତିରେ ଅଧିକ କିମ୍ବା ହେବି ଖାଇବାର ଅଭ୍ୟାସ ଥାଏ। ଏମିତିରେ ପେଟରେ ଅଧିକ ଗ୍ୟାସ୍‌ ସୃଷ୍ଟି ହେବାକୁ ଲାଗିଥାଏ। ସାଧାରଣତଃ ରାତି ସମୟରେ ପାର୍ଟିଜ, ଦାଓ୍ଵତ କିମ୍ବା ବାହାରୁ ଡିନର କରିବାକୁ ଲୋକ ଯାଇଥାନ୍ତି। ଏମିତିରେ ଏହି ସମସ୍ୟା ଆହୁରି ଅଧିକ ବଢ଼ିଯାଇଥାଏ। ଦାଓ୍ଵତରେ ଅଏଲୀ ଫୁଡ୍‌ ଖାଇବାର ଚଳଣ ବହୁତ ଅଧିକ ରହିଥାଏ, ଯାହା ପେଟ ପାଇଁ ଜମା ବି ଭଲ ହୋଇନଥାଏ।

ଫୁଡକୁ ଡାଇଜେଷ୍ଟ କରିବାରେ ଆମର ଅନ୍ତନଳୀରେ ଥିବା ବ୍ୟାକ୍ଟେରିଆଜକୁ ପ୍ରାୟ ୬ ଘଣ୍ଟା ଲାଗିଥାଏ। ଏମିତିରେ ଯଦି ଆପଣ ଡିନର ପୂର୍ବରୁ ସନ୍ଧ୍ୟାର ସ୍ନାକ୍ସରେ ଅଧିକ ତେଲ ଯୁକ୍ତ ଖାଦ୍ୟ ଖାଇଦେଇଛନ୍ତି ତାହେଲେ ଡିନର ପରେ ପେଟରେ ସମସ୍ୟା ହେବା ଆାରମ୍ଭ ହୋଇଯାଇଥାଏ। ବ୍ଲୋଟିଙ୍ଗ୍‌ ସମସ୍ୟା ଏହି କାରଣରୁ ହୋଇଥାଏ।

ଗ୍ୟାସ୍‌ଷ୍ଟ୍ରିକ ସମସ୍ୟା ଠାରୁ କେମିତି ରକ୍ଷା ପାଇବେ ଜାଣନ୍ତୁ

ରାତିରେ ଖାଦ୍ୟ ଖାଇବା ପରେ ଅତି କମରେ ୧୫ ରୁ ୨୦ ମିନିଟ୍‌ ନିଶ୍ଚୟ ଚାଲିବା ଉଚିତ। ଏହାଦ୍ୱାରା ଭୋଜନ ସହଜ ଉପାୟରେ ହଜମ ହେବାରେ ସାହାଯ୍ୟ ମିଳିଥାଏ।
କିଛି ଲୋକଙ୍କୁ ଖାଦ୍ୟ ଖାଇବାର ତୁରନ୍ତ ପରେ ବିଛଣାରେ ପଡିଯିବାର ଅଭ୍ରାସ ରହିଛି, ଏମିତିରେ ପାଚନ କ୍ରିୟାରେ ସମସ୍ୟା ଆସିଥାଏ ଏବଂ ପେଟରେ ଗ୍ୟାସ୍‌ ହେବାକୁ ଲାଗିଥାଏ।

ଯଦି ଆପଣ ଦିନସାରା ଭିତରେ ୮ରୁ ୧୦ ଗ୍ଲାସ୍‌ ପାଣି ପିଉନାହାଁନ୍ତି ତାହେଲେ ଡାଇଜେସନରେ ସମସ୍ୟା ସୃଷ୍ଟି ହୋଇଥାଏ। ଯାହା ଗ୍ୟାସ୍‌ ସମସ୍ୟା ହେବାର ମୂଖ୍ୟତଃ ଦାୟୀ।

ଯେଉଁ ଲୋକ ଦୁଇଟି ମିଲ ଭିତରେ ଅଧିକ ଗ୍ୟାପ୍‌ ରଖନ୍ତିନାହିଁ, ସେମାନଙ୍କର ବି ଏହି ସମସ୍ୟା ହୋଇଥା ଏଥିପାଇଁ ଦ୍ୱିପହର ଏବଂ ରାତି ଖାଦ୍ୟର ଟାଇମିଙ୍ଗ୍‌ ଫିକ୍ସ କରିନିଅନ୍ତୁ।

ରାତି ସମୟରେ କେବେବି ହେଭି କିମ୍ବା ତେଲିଆଯୁକ୍ତ ଖାଦ୍ୟ ଖାଆନ୍ତୁନାହିଁ। କାହିଁକିନା ଏହା ଗ୍ୟାସକୁ ବଢ଼ାଇଥାଏ। ଏଥିପାଇଁ ଭଲ ଏହା ହେବ ଯେ ଆପଣ ହାଲକା ଏବଂ ଅଏଲ ଫ୍ରି ଡାଇଟ୍‌ ଖାଆନ୍ତୁ।