ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ନବୀନ, ପୁଣି କଲେ ସରପ୍ରାଇଜ୍

ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ନବୀନ, ପୁଣି କଲେ ସରପ୍ରାଇଜ୍

ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ନବୀନ, ପୁଣି କଲେ ସରପ୍ରାଇଜ୍

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି। ତେବେ ଏଥର ମଧ୍ୟ ସେ ଚକ୍କିତ କରିବା ପରି ଘୋଷଣା କରିଛନ୍ତି। ସମସ୍ତଙ୍କ କଳ୍ପନାଜଳ୍ପନାରେ ଗାର ଟାଣି ଆଉ ଜଣେ ନୂତନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିଜେଡି ଯେଉଁମାନଙ୍କୁ ପ୍ରାର୍ଥୀ କରିଛି, ସେମାନେ ହେଉଛନ୍ତି- ସସ୍ମିତ ପାତ୍ର, ସୁଲତା ଦେଓ, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି।

ସସ୍ମିତ ପାତ୍ର ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଯିବେ। ଏହା ପୂର୍ବରୁ ସେ ୩ ବର୍ଷ ପାଇଁ ରାଜ୍ୟସଭାକୁ ଯାଇଥିଲେ। ଅନ୍ୟ ତିନି ଜଣ ଯାକ ନୂଆ ମୁହଁ।

ସୁଲତା ଦେଓ ଓ ମାନସ ମଙ୍ଗରାଜଙ୍କ ନାଁ ଆଲୋଚନା ହେଉଥିଲା ଏବଂ ସେମାନଙ୍କୁ ଟିକେଟ୍ ମିଳିଛି। ତେବେ ନବୀନ ଯେଉଁ ଗୋଟିଏ ସର୍ପ୍ରାଇଜ୍ କାର୍ଡ ଖେଳିଛନ୍ତି, ସେ ହେଉଛନ୍ତି- ନିରଞ୍ଜନ ବିଶି। ସେ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଜଣେ ଚର୍ଚ୍ଚିତ ଆଦିବାସୀ ଚେହେରା। ସେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ସାଧାରଣ ସଂପାଦକ ଅଛନ୍ତି। ତାଙ୍କୁ ସୁବାସ ସିଂହଙ୍କ ସ୍ଥାନରେ ରାଜ୍ୟସଭାକୁ ପଠାଇବାକୁ ବିଜେଡି ପ୍ରାର୍ଥୀ କରିଥିବା ଜଣାପଡ଼ିଛି। କଟକ ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ସିଂହ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲା। ତାଙ୍କର ଆହୁରି ୪ ବର୍ଷ କାର୍ୟ୍ୟକାଳ ରହିଥିଲା।