ରାଜ୍ୟରେ ୨୪ ଘଣ୍ଟାରେ ୩,୬୨୯ କରୋନା ସଂକ୍ରମିତ ଚିହ୍ନଟ
ରାଜ୍ୟରେ ୨୪ ଘଣ୍ଟାରେ ୩,୬୨୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟାରେ ରାଜ୍ୟରେ ୩ହଜାର ୬୨୯କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨ହଜାର ୧୧୫ଜଣ ରହିଥିବାବେଳେ ୧ହଜାର ୫୧୪ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୫୧୫ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୭୧୬ , ଅନୁଗୁଳରୁ ୮୯, କଟକରୁ ୩୨୯, ବାଲେଶ୍ୱରରୁ ୧୧୧, ବରଗଡରୁ ୭୧, ଭଦ୍ରକରୁ ୪୫, ବଲାଙ୍ଗୀରରୁ ୯୧, ବୌଦ୍ଧରୁ ୮୦, ଦେବଗଡରୁ ୬୮, ଢେଙ୍କାନାଳରୁ ୫୫, ଗଜପତିରୁ ୫୬, ଗଞ୍ଜାମରୁ ୪୬, ଜଗତସିଂହପୁରରୁ ୮୯, ଯାଜପୁରରୁ ୧୩୭, ଝାରସୁଗୁଡାରୁ ୫୧, କଳାହାଣ୍ଡିରୁ ୮୫, କନ୍ଧମାଳରୁ ୪୭, କେନ୍ଦ୍ରାପଡାରୁ ୧୪୯, କେନ୍ଦୁଝରରୁ ୪୪, କେରାପୁଟରୁ ୩୧, ମାଲକାନାଗିରିରୁ ୨୩, ମୟୂରଭଞ୍ଜରୁ ୧୪୨, ନବରଙ୍ଗପୁରରୁ ୯୦, ନୟାଗଡରୁ ୧୧୮, ନୂଆପଡାରୁ ୭୦, ପୁରୀରୁ ୫୩, ରାୟଗଡାରୁ ୧୦୧, ସମ୍ବଲପୁରରୁ ୧୦୧, ସୋନପୁରରୁ ୩୫, ସୁନ୍ଦରଗଡରୁ ୩୪୬, ରାଜ୍ୟପୁଲରୁ ୧୬୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୫୯ହଜାର ୪୦୫କୁ ବୃଦ୍ଧି ପାଇଛି ।