ରାଜ୍ୟରେ ବାଡର଼୍ ଫ୍ଲୁ ଆତଙ୍କ

ରାଜ୍ୟରେ ବାଡର଼୍ ଫ୍ଲୁ ଆତଙ୍କ

ରାଜ୍ୟରେ ବାଡର଼୍ ଫ୍ଲୁ ଆତଙ୍କ
ଭୁବନେଶ୍ୱର : ରାଜ୍ୟରେ ବାଡର଼୍ ଫ୍ଲୁ ଆତଙ୍କ ସୃଷ୍ଟି ହୋଇଛି । ଓୟୂଏଟିରେ ବାଡର଼୍ ଫ୍ଲୁ ଚିହ୍ନଟ ହୋଇଛି । ଭୋପାଳ ଲାବ ଟେଷ୍ଟ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଗତ ଦୁଇ ତିନି ଦିନ ଧରି ଓୟୂଏଟି ରିସର୍ଚ୍ଚ ଫାର୍ମରେ ଅସ୍ୱାଭାବିକ ଭାବେ କୁକୁଡ଼ା ମରୁଥିଲେ । ଫଳରେ ବାଡର଼୍ ଫ୍ଲୁ ହୋଇଥିବାର ଆଶଙ୍କା ରହିଥିଲା । ଫଳରେ ମୃତ କୁକୁଡ଼ାମାନଙ୍କର ସାମ୍ପଲ ଭୋପାଳ ପଠାଯାଇଥିଲା । ଆଜି ଏନେଇ ଲାବ ରିପୋର୍ଟ ଆସିଛି । ବାଡର଼୍ ଫ୍ଲୁ ହୋଇଥିବା ସ୍ପଷ୍ଟ ହେବା ପରେ ଆସନ୍ତାକାଲି ଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବବୋଲି ଜାଣିବାକୁ ମିଳିଛି । ଏସମ୍ପର୍କରେ ଓୟୂଏଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ।