ରାଜ୍ୟରେ ଦୁଇ ଜଣଙ୍କ ଜୀବନ ନେଲା କରୋନା
ରାଜ୍ୟରେ ଦୁଇ ଜଣଙ୍କ ଜୀବନ ନେଲା କରୋନା
admin
Apr 15, 2021 - 05:06
Updated: Apr 15, 2021 - 05:06
ଭୁବନେଶ୍ୱର: କରୋନା ଦ୍ୱିତୀୟ ଢେଉ ବହୁତ ଜୋରେ ମାଡି ଆସୁଛି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ କରୋନା ମାଡି ମାଡି ଚାଲିଛି । ଦିନକରେ ୨୯୮୯ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ୨୯୮୯ ମଧ୍ୟରୁ କ୍ୱାରେଂଟିନରୁ ୧୭୩୩, ଲୋକାଲ କେସରୁ ୧୨୫୬ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲରୁ ସର୍ବାଧିକ ୬୩୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନାରେ ଆଜି ୨ ଜଣ ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ରାଜ୍ୟରେ କରୋନା ଜନିତ ମୃତୁ୍ୟସଂଖ୍ୟା ୧୯୩୫କୁ ବୃଦ୍ଧି ପାଇଛି ।