ରାଜ୍ୟରେ ଗଡିପାରିଲାନି ବସ୍ ।

ରାଜ୍ୟରେ ଗଡିପାରିଲାନି ବସ୍ ।

ରାଜ୍ୟରେ ଗଡିପାରିଲାନି ବସ୍ ।
ଆଜିଠୁଁ ଅଟୋ, ଟାକ୍ସି ଓ ବସ୍‌ ସେବା ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଥିବା ସତ୍ତ୍ବେ ବି କଟକରେ ଏହାର ବିଶେଷ ପ୍ରଭାବ ପଡ଼ିନାହିଁ। ଆଜି ସକାଳେ କଟକର ବାଦାମବାଡ଼ି ବସଷ୍ଟାଣ୍ଡ ଗତ ଦୁଇ ମାସ ଭଳି ଖାଁ ଖାଁ ରହିଛି। ଏଠାରୁ କୌଣସି ବସ୍ ଯାତାୟତ ଆରମ୍ଭ କରି ନ ଥିବା ଜଣାଯାଇଛି। ଏପରିକି କୌଣସି ସରକାରୀ ବସ୍ ବି ଚାଲୁ ନ ଥିବାର ଖବର ମିଳିଛି। ଠିକ୍ ସେହିପରି ସହରରେ ସିଟି ବସ୍ ଚଳାଚଳ ବି ଆରମ୍ଭ ହୋଇପାରି ନାହିଁ। ଏପରିକି ଅଟୋ ଚଳାଚଳ ବି ସ୍ବାଭାବିକ ହୋଇ ନ ଥିବା କୁହାଯାଉଛି। ତେବେ ଲକଡାଉନ ଯୋଗୁଁ କର୍ମଚାରୀ ନଥିବାରୁ ବସ ଚାଲିବାରେ ବିଳମ୍ବ ହେଉଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ତେବେ ସେ କହିଛନ୍ତି ଯେ, ସିଟି ବସ ଓ ଅଟୋ ରିକ୍ସା ଚଳାଚଳ ସ୍ୱାଭାବିକ ହେଉଛି । ଅନ୍ୟପକ୍ଷରେ ଘରୋଇ ବସ ମାଲିକ ସଂଘର ଦାବି ପ୍ରତି ସରକାର ସଚେତନ ଅଛନ୍ତି । ରୋଡ ଟ୍ୟାକ୍ସ ଛାଡ଼ ନେଇ ବିଚାର ଚାଲିଛି । ସେମାନଙ୍କ ଦାବି ପ୍ରତି ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି । ସୂଚନାଯୋଗ୍ୟ, ବସ୍‌ର ସିଟ୍‌ ସଂଖ୍ୟା ଅନୁଯାୟୀ ଯାତ୍ରୀ ପରିବହନ ହେବ ବୋଲି ଗତକାଲି ସରକାର ଘୋଷଣା କରିଥିଲେ। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ କୌଣସି ନିଷ୍ପତ୍ତି ନେଇପାରିନି। ସେପଟେ ସରକାରଙ୍କ ସହ ବିସ୍ତୃତ ଆଲୋଚନା ପରେ ବସ୍‌ ଚଳାଇବା ନେଇ ନିଷ୍ପତ୍ତି ନିଆଯିବ ବୋଲି ବସ୍‌ ମାଲିକ ସଂଘ କହିଛି। ଏଣେ ସେମାନଙ୍କ ପାଖରେ ଡ୍ରାଇଭର୍ ଓ ହେଲପର୍ ନ ଥିବା ଯୋଗୁ ମଇ ୨୫ ତାରିଖରୁ ବସ୍ ଚଳାଚଳ ସମ୍ଭବ ନୁହେଁ ବୋଲି ବି ବସ୍‌ ମାଲିକ ସଂଘ ପକ୍ଷରୁ କୁହାଯାଇଥିଲା।