ରାଜ୍ୟରେ ଆରମ୍ଭ ହେବ ଓବିସି ସର୍ଭେ , ଜାଣନ୍ତୁ କେବେଠୁ ଆରମ୍ଭ ହେଉଛି

ରାଜ୍ୟରେ ଆରମ୍ଭ ହେବ ଓବିସି ସର୍ଭେ , ଜାଣନ୍ତୁ କେବେଠୁ ଆରମ୍ଭ ହେଉଛି

ରାଜ୍ୟରେ ଆରମ୍ଭ ହେବ ଓବିସି ସର୍ଭେ , ଜାଣନ୍ତୁ କେବେଠୁ ଆରମ୍ଭ ହେଉଛି
ଭୁବନେଶ୍ୱର: ମେ’ରୁ ରାଜ୍ୟରେ ଆରମ୍ଭ ହେବ ଓବିସି ସର୍ଭେ । ଏ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ସଚିବ ବୀରବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ନିଷ୍ପତ୍ତି ଅନୁସାରେ ମେ’୨୦ ତାରିଖ ମଧ୍ୟରେ ସର୍ଭେ ସରି ନପାରିଲେ ୨୧ରୁ ୨୫ ତାରିଖ ମଧ୍ୟରେ ସେସ୍ପାଲ ଡ୍ରାଇଭ, ୨୧ ରୁ ୩୧ ମେ ତାରିଖରେ ଜୋନାଲ ସେଣ୍ଟରମାନଙ୍କରେ ଫର୍ମ ଗୁଡ଼ିକର ସ୍କାନିଂ, ଜୁନ ମାସ ୧ ତାରିଖରେ ଡ୍ରାଫ୍ଟ ଲିଷ୍ଟି ଜାରି ହେବ । ଏ ସଂକ୍ରାନ୍ତରେ କୌଣସି ଆପତ୍ତି ଥିଲେ ୧ ରୁ ୫ ଜୁନ ମଧ୍ୟରେ ଅଭିଯୋଗ ଶୁଣାଣି ହେବ । ଜୁନ ମାସ ୧୧ ତାରିଖରେ ଅନ୍ତିମ ରିପୋର୍ଟ ଜାରି ହେବ । ସର୍ଭେ ତଦାରଖ ପାଇଁ ତୃଣମୂଳ ସ୍ତରରୁ ବିଭିନ୍ନ ପର୍ଯ୍ୟାୟରେ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଉଭୟ ଅନଲାଇନ ଏବଂ ଅଫଲାଇନ ଜରିଆରେ ଏସସିବିସି ସମ୍ପ୍ରଦାୟର ଜଣେ ବ୍ୟକ୍ତି ଏହି ସର୍ଭେରେ ସାମିଲ ହୋଇପାରିବେ । ଏହି କାର୍ଯ୍ୟ ପାଇଁ ୨୨ ହଜାର ସୁପରଭାଇଜର, ୧୭୦୦ ବିଏଲଏମ, ୧୪୦ ଡିଏଲଏମଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।