ରାଜ୍ୟରେ ଆଜିଠାରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିଛି

ରାଜ୍ୟରେ ଆଜିଠାରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିଛି

ରାଜ୍ୟରେ ଆଜିଠାରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିଛି
ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିଛି। ପ୍ରାୟ ୧୧ ମାସ ପରେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନକୁ ଆସିଛନ୍ତି। କୋଭିଡ୍ କଟକଣା ଭିତରେ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହୋଇଛି। ନବମ ଓ ଏକାଦଶ(ଯୁକ୍ତ ଦୁଇ ପ୍ରଥମ ବର୍ଷ) ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢ଼ା ଆଜିଠାରୁ ଆରମ୍ଭ ହୋଇ ଏପ୍ରିଲ ୩୦ ପର୍ୟ୍ୟନ୍ତ ଚାଲିବ। ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଠପଢା ଚାଲିଥିବା ବେଳେ ଆଜି ଠାରୁ ଆଉ ୨ଟି କ୍ଲାସ ଆରମ୍ଭ ହୋଇଛି। ସୋମବାରରୁ ଶନିବାର ପର୍ୟ୍ୟନ୍ତ ପ୍ରତିଦିନ ସକାଳ ୮ଟା ୩୦ରୁ ୧୦ଟା ୩୦ ପର୍ୟ୍ୟନ୍ତ ଦୁଇ ଘଣ୍ଟା ଧରି ପାଠପଢ଼ା ହେବ। ପ୍ରତିଦିନ ୩ଟି ପରିୟିଡରେ ପାଠପଢା ହେବ। ରବିବାର ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କର ପାଠପଢା ହେବନାହିଁ। ନବମ ଓ ଏକାଦଶ ଶ୍ରେଣୀରେ କୌଣସି ପ୍ରକାର ମଧ୍ୟାହ୍ନଭୋଜନ ବିରତି ଦିଆଯିବନି। ନବମରୁ ଦ୍ବାଦଶ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ସଂଶୋଧିତ ସିଲାବସ୍‌ ଅନୁଯାୟୀ ପଢାଯିବ। ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ୟୁନିଟ୍‌ ଟେଷ୍ଟ ହେବ। ଏପ୍ରିଲ ଶେଷ ସପ୍ତାହରେ ବାର୍ଷିକ କ୍ଲାସ ପରୀକ୍ଷା ଅନୁଷ୍ଠିତ ହେବ।