ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା : ଗଞ୍ଜାମରେ ୧୦୦ ଟପିଲା ମୃତ୍ୟୁ ସଂଖ୍ୟା
ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା : ଗଞ୍ଜାମରେ ୧୦୦ ଟପିଲା ମୃତ୍ୟୁ ସଂଖ୍ୟା
admin
Aug 2, 2020 - 06:02
Updated: Aug 2, 2020 - 06:02
ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଯାଜପୁର, କଳାହାଣ୍ଡି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ । ଗଞ୍ଜାମରୁ ଆଜି ସର୍ବାଧିକ ୪ଜଣଙ୍କର ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ହୋଇଛି । ସେହିପରି ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା ୨୮କୁ ବୃଦ୍ଧି ହୋଇଛି । କଳାହାଣ୍ଡିରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ହୋଇଥିବାବେଳେ ସୁନ୍ଦରଗଡରେ ମଧ୍ୟ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ହୋଇଥିବାବେଳେ ଯାଜପୁରରେ ମଧ୍ୟ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୭କୁ ବୃଦ୍ଧି ହୋଇଛି ।
ଗଞ୍ଜାମରେ ୪ ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଥିବାବେଳେ ୨ ଜଣ ମହିଳା ରହିଛନ୍ତି। ଦୁଇ ମହିଳାଙ୍କ ବୟସ ୯୪ ଓ ୪୫ ବର୍ଷ ହୋଇଥିବାବେଳେ ଦୁଇ ପୁରୁଷଙ୍କ ମୃତକଙ୍କ ବୟସ ୫୭ ବର୍ଷ । ଖୋର୍ଦ୍ଧା ଜିଲ୍ଲାର ତିନି ମୃତକଙ୍କ ମଧ୍ୟରୁ ଜଣେ ଭୁବନେଶ୍ବରର ୭୮ ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇ ମୃତକ ହେଉଛନ୍ତି ୫୮ ବର୍ଷୀୟ ପୁରୁଷ ଓ ୬୦ ବର୍ଷୀୟ ମହିଳା ରହିଛନ୍ତି । ସୁନ୍ଦରଗଡରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କର ବୟସ ୭୩ ବର୍ଷ ପୁରୁଷ ବୋଲି ସୂଚନା ରହିଥିବାବେଳେ କଳାହାଣ୍ଡିରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ ହେଉଚି ୬୨ ବର୍ଷ । ଯାଜପୁରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ ୮୦ ବର୍ଷ ପୁରୁଷ ବୋଲି ସୂଚନା ରହିଛି ।