ରାଜ୍ୟ ସମ୍ଭାଳିବା ପାଇଁ ଯୋଗୀ ଅଯୋଗ୍ୟ : ଉଦିତ ରାଜ

ରାଜ୍ୟ ସମ୍ଭାଳିବା ପାଇଁ ଯୋଗୀ ଅଯୋଗ୍ୟ : ଉଦିତ ରାଜ

ରାଜ୍ୟ ସମ୍ଭାଳିବା ପାଇଁ ଯୋଗୀ ଅଯୋଗ୍ୟ : ଉଦିତ ରାଜ
ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ଉଦିତ ରାଜ । ହାଥ୍ରାସ ଗଣ ଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରିଛନ୍ତି ଉଦିତ ରାଜ । ଯୋଗୀ ମଠ ସମ୍ଭାଳି ପାରନ୍ତି ମାତ୍ର ରାଜ୍ୟ ସମ୍ଭାଳିବା ପାଇଁ ଅଯୋଗ୍ୟ ବୋଲି ଉଦିତ ରାଜ କହିଛନ୍ତି । ଦିଲ୍ଲୀର ନେତା ତଥା ପୂର୍ବତନ କଂଗ୍ରେସ ସାଂସଦ ଉଦିତ ରାଜ ଦେଶରେ ଦଳିତଙ୍କ ଉପରେ ବଢୁଥିବା ଆକ୍ରମଣକୁ ମଧ୍ୟ ନିନ୍ଦା କରିଛନ୍ତି । ଜଣେ ମୁଖ୍ୟମନ୍ତ୍ରୀ ଭାବରେ ଯୋଗୀ ଜଣେ ଦଳିତ ବାଳିକାକୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି ବୋଲି ଉଦିତ ପ୍ରକାଶ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ପଦରୁ ଯୋଗୀଙ୍କୁ ହଟାଇବା ପାଇଁ ମୋଦିଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ଉଦିତ ରାଜ ।