ରାଜସ୍ଥାନ ପୌର ନିର୍ବାଚନ, ବାଜି ମାରିନେଲା କଂଗ୍ରେସ

ରାଜସ୍ଥାନ ପୌର ନିର୍ବାଚନ, ବାଜି ମାରିନେଲା କଂଗ୍ରେସ

ରାଜସ୍ଥାନ ପୌର ନିର୍ବାଚନ, ବାଜି ମାରିନେଲା କଂଗ୍ରେସ
ଜୟପୁର: ନିକଟରେ ପଞ୍ଚାୟତ ନିର୍ବାଚନରେ ପରାଜୟ ବରଣ କରିଥିବା କଂଗ୍ରେସ ରାଜସ୍ଥାନ ପୌର ନିର୍ବାଚନରେ ବାଜି ମାରିଛି । ୬୨୦ଟି ୱାର୍ଡରେ ଜିତି କଂଗ୍ରେସ ବିଜେପିକୁ ପରାଜିତ କରିବାରେ ସଫଳ ହୋଇଛି । ଅନ୍ୟ ପକ୍ଷରେ ସ୍ୱାଧୀନ ପ୍ରାର୍ଥୀମାନେ ୫୯୫ ୱାର୍ଡରେ ଜିତି ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବିଜେପି ୫୪୮ଟି ୱାର୍ଡରେ ଜିତି ତୃତୀୟ ସ୍ଥାନରେ ରହିଛି । ତେବେ ବିଏସପି ମାତ୍ର ୭ଟି ୱାର୍ଢରେ ଜିତିଛି । କିନ୍ତୁ ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜେପି ୧୨ଟି ଜିଲ୍ଲା ପରିଷଦର ଜିଲ୍ଲା ପ୍ରମୁଖଙ୍କୁ ନିର୍ବାଚିତ କରିବାରେ ସଫଳ ହୋଇଥିବା ବେଳେ କଂଗ୍ରେସ କେବଳ ୫ଟି ଜିଲ୍ଲା ପ୍ରମୁଖଙ୍କୁ ନିର୍ବାଚିତ କରିପାରିଥିଲା । ଉଲ୍ଲେଖଯୋଗ୍ୟ ରାଜସ୍ଥାନର ୧୨ଟି ଜିଲ୍ଲାର ୧୭୭୫ ଟି ୱାର୍ଡରେ ନିର୍ବାଚନ ହୋଇଥିଲା । ନିର୍ବାଚନ ଫଳ ଆସିବା ପରେ ରାଜସ୍ଥାନ କଂଗ୍ରେସର ସଭାପତି ଗୋବିନ୍ଦ ସିଂହ ଦୋତସାରା କହିଛନ୍ତି ୧୭ଟି ପୌରାଞ୍ଚେଳରେ ଆମେ ବିନା ସମର୍ଥନରେ ବୋର୍ଡ ଗଠନ କରିବୁ । କିନ୍ତୁ ବାକି ୨୪ଟି ପୌରାଞ୍ଚଳରେ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନରେ ଆମେ ବୋର୍ଡ ଗଠନ କରିବୁ ବୋଲି ସେ କହିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସର ବିଜୟ ପାଇଁ ଦଳୀୟ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଗତ ୧୧ ତାରିଖରେ ରାଜସ୍ଥାନ ପୌର ନିର୍ବାଚନ ହୋଇଥିଲା ।