ରାଜଧାନୀର ତାପମାତ୍ରା ୩୮ ଡିଗ୍ରୀ ପାର କରିଛି, ଅଂଶୁଘାତ ସତର୍କତା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ରାଜଧାନୀର ତାପମାତ୍ରା ୩୮ ଡିଗ୍ରୀ ପାର କରିଛି, ଅଂଶୁଘାତ ସତର୍କତା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ରାଜଧାନୀର ତାପମାତ୍ରା ୩୮ ଡିଗ୍ରୀ ପାର କରିଛି, ଅଂଶୁଘାତ ସତର୍କତା ଜାରି କଲା ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର: ପାରଦ ଊଦ୍ଧ୍ୱର୍ମୁଖୀ । ସକାଳ ୯ଟାରୁ ଘରୁ ବାହାରିବା ବିପଦ । ଟାଣ ଖରାରେ ଦେହମୁଣ୍ଡ ଝାଇଁ ଝାଇଁ କରିଦେଇଛି । ରାଜଧାନୀର ତାପମାତ୍ରା ୩୮ ଡିଗ୍ରୀ ପାର କରିଛି । ଅଂଶୁଘାତ ହେବାର ଆଶଙ୍କା ଏଡ଼ାଇ ଦିଆଯାଇ ନ ପାରେ । ତେବେ ଏସବୁକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଜରୁରୀ କାମ ନଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଯଦିଓ ବିଭିନ୍ନ ହସ୍ପିଟାଲ ଅଂଶୁଘାତ ପ୍ରସ୍ତୁତି ପାଇଁ ନିଦେ୍ର୍ଧଶନାମା ଦିଆଯାଇଛି ଏବଂ ବ୍ୟାପକ ପ୍ରସ୍ତୁତ କରାଯାଇଛି ତଥାପି ଖରାରୁ ନିଜକୁ ସୁରକ୍ଷିତ ରହିବାକୁ କୁହାଯାଇଛି । ବୌଦ୍ଧ, ବାରିପଦା ଏବଂ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୯ ଡିଗ୍ରୀ ରହିଛି । ଦ୍ୱିତୀୟରେ ରହିଛି ଭୁବନେଶ୍ୱର ଏବଂ ଏଠାରେ ୩୮.୬ ଡିଗ୍ରୀ ପାରଦ ଛୁଇଁଛି ।