କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ ଫେରାନ୍ତା ଉପରେ ରହିବ ନଜର

କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ ଫେରାନ୍ତା ଉପରେ ରହିବ ନଜର

କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ ଫେରାନ୍ତା ଉପରେ ରହିବ ନଜର
ଭୁବନେଶ୍ବର : ସାରା ଦେଶରେ ପୁଣି ଥରେ କରୋନା କାୟା ମେଲାଉଥିବା ବେଳେ ମହାମାରୀକୁ ନେଇ ରାଜ୍ୟରେ ଜାରି ହୋଇଛି କଡ଼ା କଟକଣା। ଏଣିକି ଆଉ ୩ ରାଜ୍ୟ ଯଥା- କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ ଫେରାନ୍ତା ଉପରେ ରହିବ ନଜର। ଏହି ୩ଟି ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। କାରଣ ସେହି ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି। ପୂର୍ବରୁ ୫ ରାଜ୍ୟ ଫେରନ୍ତାଙ୍କୁ ସ୍କାନରରେ ରଖାଯାଇଛି। ସେହି ୫ ରାଜ୍ୟ ମଧ୍ୟରେ ରହିଛି ଛତିଶଗଡ଼, ମଧ୍ୟପ୍ରଦେଶ, କେରଳ, ମହାରାଷ୍ଟ୍ର ଏବଂ ପଞ୍ଜାବ ରହିଛି। ଏହି ରାଜ୍ୟରୁ ଫେରୁଥିବା ଲୋକ ମାନଙ୍କ ପାଇଁ ବିମାନବନ୍ଦର ଓ ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ ଆଣ୍ଟିଜେନ କିଟ ପରୀକ୍ଷା କରିବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏସବୁ ରାଜ୍ୟରୁ ଯେଉଁ ଯାତ୍ରୀମାନେ ଆସୁଛନ୍ତି ସେମାନେ ବାଧ୍ୟତାମୂଳକ ସପ୍ତାହେ ହୋମ୍ ଆଇସୋଲେସନରେ ରହିବେ ବୋଲି ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା।