ରାକ୍ଷୀ ପିନ୍ଧିବା ପରେ ଭଉଣୀକୁ ହତ୍ୟା କରି ୬ ଲକ୍ଷର ଅଳଙ୍କାର ଲୁଟିଲେ ଦୁଇ ଭାଇ

ରାକ୍ଷୀ ପିନ୍ଧିବା ପରେ ଭଉଣୀକୁ ହତ୍ୟା କରି ୬ ଲକ୍ଷର ଅଳଙ୍କାର ଲୁଟିଲେ ଦୁଇ ଭାଇ

ରାକ୍ଷୀ ପିନ୍ଧିବା ପରେ ଭଉଣୀକୁ ହତ୍ୟା କରି ୬ ଲକ୍ଷର ଅଳଙ୍କାର ଲୁଟିଲେ ଦୁଇ ଭାଇ
ଅହମ୍ମଦାବାଦ : ରାକ୍ଷୀ ପିନ୍ଧି ଭଉଣୀକୁ ରକ୍ଷା କରିବାର ଶପଥ ନେଇଥାଏ ଭାଇ । ମାତ୍ର ଅହମ୍ମଦାବାଦରେ ଏକ ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଛି । ଭଉଣୀ ହାତରୁ ରାକ୍ଷୀ ପିନ୍ଧି ସାରିବା ପରେ ନିର୍ମମ ଭାବରେ ହତ୍ୟା କରିଛନ୍ତିଦୁଇ ଭାଇ । ଏହା ସହିତ ଭଉଣୀ ଘରୁ ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ମଧ୍ୟ ଚୋରାଇ ନେଇଥିଲେ ଦୁଇ ଅଭିଯୁକ୍ତ । ଅଗଷ୍ଟ ୪ ତାରିଖରେ ଅହମ୍ମଦାବାଦର ସରିତାରେ ଏହି ଘଟଣା ଘଟିଥିବା ବେଳେ ସୋମବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଦୁଇ ଭାଇ ସାଜିଜୁଲ୍ ଏବଂ ରୋଜୋଆଲି ଭଉଣୀ ସୌକି ନିକଟରୁ ରାକ୍ଷୀ ପିନ୍ଧିବା ପାଇଁ ଆସିଥିଲେ । ତେବେ ରାକ୍ଷୀ ପିନ୍ଧି ସାରିବା ପରେ ଭଉଣୀକୁ ଛୁରୀ ଭୁଷି ହତ୍ୟା କରିଥିଲେ । ଏହାପରେ ଭଉଣୀ ଘରୁ ୬ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି କରି ଦୁଇ ଭାଇ ଫେରାର ହୋଇ ଯାଇଥିଲେ । ସାଜିଜୁଲଙ୍କ ବିବାହ ବିଚ୍ଛେ ଦ ପାଇଁ ଭଉଣୀକୁ ଦାୟୀ କରି ଦୁଇ ଭାଇ ଏହି ଜଘନ୍ୟ କାଣ୍ଡ ଘଟାଇଥିବା ପ୍ରକାଶ କରିଛନ୍ତି ।