ରଥଯାତ୍ରା ପାଇଁ ଆଇନ୍‌ ବିଭାଗ ଦେଲା ୩୨ କୋଟି

ରଥଯାତ୍ରା ପାଇଁ ଆଇନ୍‌ ବିଭାଗ ଦେଲା ୩୨ କୋଟି

ରଥଯାତ୍ରା ପାଇଁ ଆଇନ୍‌ ବିଭାଗ ଦେଲା ୩୨ କୋଟି

ଭୁବନେଶ୍ୱର: ୨୦୨୨-୨୩ ବର୍ଷ ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବିଭିନ୍ନ ଖର୍ଚ୍ଚ ନିମନ୍ତେ ମୋଟ ୩୨ କୋଟି ୫ ଲକ୍ଷ ୧୨ ହଜାର ଟଙ୍କା ଆଇନ୍‌ ବିଭାଗ ପକ୍ଷରୁ ଦିଆଯାଇଛି।  ଏଥିରେ ରଥ ନଚଢ଼ିବା ନିମନ୍ତେ ଦଇତାପତିଙ୍କୁ ଦିଆଯିବ ୫୭ ଲକ୍ଷ ୬୦ ହଜାର ଟଙ୍କା। ରଥଯାତ୍ରାରେ ରଥ ଉପରେ ନ ଚଢ଼ିବାକୁ ଦଇତାପତି ସେବକଙ୍କୁ ଏହି ପ୍ରାପ୍ୟ ଦିଆଯିବ। ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତିଙ୍କୁ ପ୍ରାପ୍ୟ ବାବଦରେ ଦିଆଯିବ ୨ ଲକ୍ଷ ୪୦ ହଜାର ଟଙ୍କା। ରଥଯାତ୍ରାକୁ ଅଳ୍ପକିଛି ଦିନ ଥିବା ବେଳେ ଆଇନ ବିଭାଗ ସେହିପରି ଏହି ଅନୁଦାନ ଭିତରେ କୋଠଭୋଗ ଦାନ ଯୋଜନା ନିମନ୍ତେ ୨୨ ଲକ୍ଷ ଟଙ୍କା, ମହାପ୍ରଭୁଙ୍କ ପର୍ବପର୍ବାଣି କରିବା ନିମନ୍ତେ ୨ କୋଟି ୧୨ ଲକ୍ଷ ୯୬ ହଜାର ଟଙ୍କା ଦିଆଯିବ। କର୍ମଚାରୀଙ୍କ ଦରମା ବାବଦରେ ୨୫ କୋଟି ୭୧ ଲକ୍ଷ ୭୬ ହଜାର ଟଙ୍କା ଦିଆଯାଇଛି। ଦରମା ବାଦ୍ ଶ୍ରୀମନ୍ଦିର ପ୍ରଶାସନକୁ ୧ କୋଟି ୨ ଲକ୍ଷ ଟଙ୍କା ଖର୍ଚ୍ଚ ନିମନ୍ତେ ପ୍ରଦାନ କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ କର୍ପସ ଫଣ୍ଡ ନିମନ୍ତେ ୨ କୋଟି ଟଙ୍କା, ବିଭିନ୍ନ ଉନ୍ନତିକରଣ ପ୍ରକଳ୍ପ ନିମନ୍ତେ ୨୦ ଲକ୍ଷ ଟଙ୍କା, ଶ୍ରୀମନ୍ଦିର ସେବକ ସ୍ୱାସ୍ଥ୍ୟ ବୀମା ନିମନ୍ତେ ୬ ଲକ୍ଷ ଟଙ୍କା, ଇଂରାଜୀ ମିଡ଼ିୟମ ସ୍କୁଲ ପ୍ରତିଷ୍ଠା ନିମନ୍ତେ ୬ ଲକ୍ଷ ୪୦ ହଜାର ଟଙ୍କା, ଗରିବ ସେବକଙ୍କ ନିମନ୍ତେ ଘର ନିର୍ମାଣ ଯୋଜନାରେ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ଚଳିତମାସ ୨୭ ତାରିଖରେ ଆଇନ ବିଭାଗ ଏହି ଅର୍ଥ ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟକୁ ପଠାଇଥିବା ନେଇ ଆକାଉଣ୍ଟ ଜେନେରାଲ(ଏଜି)ଙ୍କୁ ଜଣାଇଛି।