ଯୋଜଡିଆ ନୂଆବ୍ରିଜ ଉପରୁ ଡେଇଁଲେ ଯୁବତୀ
ଯୋଜଡିଆ ନୂଆବ୍ରିଜ ଉପରୁ ଡେଇଁଲେ ଯୁବତୀ
ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଶ୍ରୀବନ୍ତପୁର ନିକଟସ୍ଥ ଯୋଜଡିଆ ନୂଆବ୍ରିଜ ଉପରୁ ଡେଇଁ ପଡ଼ିଲେ ଯୁବତୀ। ତାଙ୍କ ପତ୍ତା ମିଳିନାହିଁ। ଯୁବତୀ ଜଣକ ସ୍ଥାନୀୟ ସାରଙ୍ଗପୁରର ବେଣୁଧର ନାୟକଙ୍କ ଝିଅ ଅନିମା ନାୟକ। ଯୁବତୀଙ୍କୁ ୪୦ ବର୍ଷ ହେବ ବୋଲି ଜଣାଯାଇଛି। ଯୁବତୀଙ୍କୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରୁଛନ୍ତି। ଯୁବତୀ ଜଣଙ୍କର ମାନସିକ ସ୍ଥିତି ଠିକ୍ ନଥିବା ସୂଚନା ମିଳିଛି।
ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଆଜି ଭୋର ସମୟରେ ଯୁବତୀ ଜଣଙ୍କ ହଠାତ୍ ପୋଲର ବଡ଼ା ଉପରକୁ ଚଢ଼ି ତଳକୁ ଡେଇଁ ପଡ଼ିଥିଲେ। ପରେ ସେ ପୋଲର ତଳ ବାଡ଼ାରେ ଓହଳି ରହି ଥିଲେ। ମୁଁ ତାଙ୍କୁ ହାତକୁ ଧରି ନେଇଥିଲି। ପରେ ସେ ନଦୀ ଭିତରକୁ ଖସି ପଡ଼ିଥିଲେ। ୫୦୦ ମିଟର ଭାସିଯିବା ପରେ ସେ ବୁଡ଼ି ଯାଇଥିଲେ।




admin 