ମୋଦିଙ୍କୁ ଶରଦ ପାୱାରଙ୍କ ପ୍ରଶଂସା, ମହାରାଷ୍ଟ୍ର ରାଜନୀତି ସରଗରମ
ମୋଦିଙ୍କୁ ଶରଦ ପାୱାରଙ୍କ ପ୍ରଶଂସା, ମହାରାଷ୍ଟ୍ର ରାଜନୀତି ସରଗରମ
ମୁମ୍ବାଇ: ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କ ମନ୍ତବ୍ୟକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ଏକ ଗଣମାଧ୍ୟମ କାର୍ୟ୍ୟକ୍ରମରେ ଯୋଗଦେଇ ପାୱାର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ୟୁପିଏ ସରକାର ସମୟରେ ତାଙ୍କ ବିରୋଧରେ ହୋଇଥିବା ପ୍ରତିଶୋଧମୂଳକ କାର୍ୟ୍ୟକୁ ସେ ବିରୋଧ କରିଥିଲେ ବୋଲି କହିଛନ୍ତି।
ପାୱାର ଗକାଲି ‘ଲୋକସତ୍ତା’ ମିଡିଆ ଗ୍ରୁପ୍ କାର୍ୟ୍ୟକ୍ରମରେ କହିଛନ୍ତି ଯେ ୨ ବର୍ଷ ପୂର୍ବେ ରାଜ୍ୟରେ ମେଣ୍ଟ ସରକାର ଗଠନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରସ୍ତାବ ଦେଇଥିଲେ। ତେବେ ଏହି ପ୍ରସ୍ତାବକୁ ମୁଁ ଅତି ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିଲି। ବିଜେପି ରାଜ୍ୟରେ ସବୁଠାରୁ ବଡ଼ ଦଳ ଭାବେ ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ଏନ୍ସିପି-ବିଜେପି ମେଣ୍ଟ ସରକାର ଗଠନ ହେବା ଚାହୁଥିଲେ ବୋଲି ପାୱାର କହିଛନ୍ତି। ମିଡିଆ ଗ୍ରୁପ୍ର କାର୍ୟ୍ୟକ୍ରମରେ ଏକ ସାକ୍ଷାତକାର ଅବସରରେ ପାୱାର ଏକଥା କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବାକୁ ପାୱାର ପଛାଇ ନାହାନ୍ତିସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଯେଉଁ କାର୍ୟ୍ୟ କରିବା ପାଇଁ ନିଷ୍ପତ୍ତି ନିଅନ୍ତି, ତାହାକୁ ସେ ପୂରା ନିଷ୍ଠାର ସହ ସଂପନ୍ନ କରନ୍ତି। ଜଣେ ଅତ୍ୟନ୍ତ କଠୋର ପରିଶ୍ରମୀ ନେତା ଭାବେ ପ୍ରଧାନମନ୍ତ୍ରୀଙ୍କୁ ସମସ୍ତେ ଜାଣନ୍ତି ଏବଂ କାମ ପୂରା କରିବା ପୂର୍ବରୁ ସେ ବିରାମ ନିଅନ୍ତି ନାହିଁ ବୋଲି ପାୱାର କହିଛନ୍ତି। ପ୍ରଶାସନ ଉପରେ ମୋଦୀଙ୍କ ଶକ୍ତ ନିୟନ୍ତ୍ରଣ ଥିବାରୁ ସେ ଯେଉଁ କାମ ଆରମ୍ଭ କରନ୍ତି ତାହାକୁ ସଂପୂର୍ଣ୍ଣ ମଧ୍ୟ କରିବାର ସାମର୍ଥ୍ୟ ରଖୁଛନ୍ତି ବୋଲି ପାୱାର କହିଛନ୍ତି। ‘ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ବିରୋଧରେ ପ୍ରତିଶୋଧପୂର୍ଣ୍ଣ ପଦକ୍ଷେପକୁ ସେ ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବିରୋଧ କରୁଥିଲେ ବୋଲି ପାୱାର କହିଛନ୍ତି। ପାୱାର କହିଛନ୍ତି ଯେ ସେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ନାହାନ୍ତି ଏବଂ ନୂଆ ପିଢ଼ିକୁ ଆଗକୁ ବଢ଼ାଇବାକୁ କାମ କରିବେ। ଏନ୍ସିପି ଗଠନ ସଂପର୍କିତ ଏକ ପ୍ରଶ୍ନର ଉତ୍ତରରେ ପାୱାର କହିଛନ୍ତି ଯେ କଂଗ୍ରେସ ତାଙ୍କୁ ୬ ବର୍ଷ ପାଇଁ ଦଳରୁ ହଟାଇବା ପରେ ମୁଁ ଏନ୍ସିପି ଗଠନ ପାଇଁ ନିଷ୍ପତ୍ତି ନେଇଥିଲି। ତେବେ କଂଗ୍ରେସ ଛାଡ଼ି ଏନ୍ସିପି ଗଠନ ସତ୍ତ୍ବେ ମୁଁ ମହାତ୍ମା ଗାନ୍ଧୀ ଏବଂ ଜବାହରଲାଲ ନେହରୁଙ୍କ ଆଦର୍ଶ ଛାଡ଼ିନାହିଁ ବୋଲି ପାୱାର କହିଛନ୍ତି। କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ବିଲ୍ ଉପରେ ପାୱାର କହିଛନ୍ତି ଯେ ସଂସଦରେ ଆବଶ୍ୟକ ଆଲୋଚନା ନହୋଇ ତରବରିଆ ଭାବେ ବିଲ୍କୁ ଗୃହୀତ କରାଯାଇଥିଲା।




admin 