ଓମିକ୍ରନ୍ ଭୟ; ବନ୍ଦ ହେଲା ‘ଦ କପିଲ ଶର୍ମା ସୋ’ ସୁଟିଂ
ଓମିକ୍ରନ୍ ଭୟ; ବନ୍ଦ ହେଲା ‘ଦ କପିଲ ଶର୍ମା ସୋ’ ସୁଟିଂ
ମୁମ୍ବାଇ: ଦେଶରେ ବୃଦ୍ଧି ପାଉଥିବା ଓମିକ୍ରନକୁ ନେଇ ପ୍ରଭାବିତ ହୋଇଛି ଫିଲ୍ମ ଜଗତ। ଚଳଚ୍ଚିତ୍ରଗୁଡିକର ରିଲିଜ୍ ତାରିଖ ମଧ୍ୟ ରଦ୍ଦ ହେବାରେ ଲାଗିଛି। ଏହା ସହିତ ଅନେକ ଫିଲ୍ମ ଓ ଟିଭି ସୋ’ର ସୁଟିଂକୁ ମଧ୍ୟ ବାତିଲ କରି ଦିଆଯାଇଛି । ଏହି ମଧ୍ୟରେ ଖବର ଆସିଛି ଯେ ‘ଦ କପିଲ ଶର୍ମା ସୋ’ର ସୁଟିଂ ମଧ୍ୟ ସପ୍ତାହେ ପର୍ୟ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।
ରିପୋର୍ଟ ଅନୁସାରେ ଜାନୁଆରିର ପ୍ରଥମ ସପ୍ତାହରେ ସୁଟିଂ ପୁଣି ଆରମ୍ଭ ହେବ। ଏହି ବିଷୟରେ ସେ’ର ସଦସ୍ୟ ଅର୍ଚ୍ଚନା ପୁରନ ସିଂହ ସୂଚନା ଦେଇଛନ୍ତି ।ମିଡିଆ ରିପୋର୍ଟ ଅନୁସାରେ ଅର୍ଚ୍ଚନା ପୁରନ ସିଂହ କହିଛନ୍ତି, ଓମିକ୍ରନରୁ କିଏ କେତେ ଦିନ ପର୍ୟ୍ୟନ୍ତ ବଞ୍ଚିପାରିବ? ଆମର ଦାୟିତ୍ଵ ହେଉଛି ଆମେ ସବୁ ନିୟମଗୁଡିକୁ ମାନିବା ଉଚିତ । ଯେଉଁମାନେ ନିୟମ ମାନୁଛନ୍ତି ସେମାନଙ୍କୁ ବି ତ କରୋନା ହେଉଛି । ଏହା ଏକ ଏପରି ରୋଗ ଅଟେ ଯାହାଠାରୁ କେହି ବଞ୍ଚି ପାରିବେ ନାହିଁ । ‘ଦ କପିଲ ଶର୍ମା ଶୋ’ କଥା ଯଦି କୁହାଯାଏ ତେବେ ଏକ ସପ୍ତାହ ପର୍ୟ୍ୟନ୍ତ ‘ଦ କପିଲ ଶର୍ମା ଶୋ’ର ସୁଟିଂ ହେବ ନାହିଁ । ଆମେ ସଚେତନ ତ ଆଗରୁ ହିଁ ଥିଲୁ କିନ୍ତୁ ଏବେ ଆମେ ଆହୁରି ସଚେତନ ହୋଇଯାଇଛୁ । ଆମର ସୁଟିଂ ସେଟରେ ସବୁବେଳେ ସୁରକ୍ଷାକୁ ଧ୍ୟାନ ଦିଆଯାଇଥାଏ । ଆମର ସୁଟିଂ ସେଟରେ ଆଗରୁ କେହି ବି ଆକ୍ରାନ୍ତ ହୋଇ ନଥିଲେ । ଆମେ ଚାହୁଁଛୁ ଓମିକ୍ରନ ଆମଠାରୁ ଦୂରରେ ରହୁ ।“
ବଲିଉଡରେ କରୋନା ପୁଣି ପ୍ରସାରିତ ହେବାରେ ଲାଗିଛି । କପୁର ପରିବାରର ଏକାଥରେ ଚାରିଜଣଙ୍କୁ କୋରନା ହୋଇଛି । କପୁର ପରିବାରର ଅର୍ଜୁନ କପୁର, ଅଂଶୁଳା କପୁର, ଅନିଲ କପୁରଙ୍କ ଝିଅ ରିୟା କପୁର ଓ ଜ୍ଵାଇଁ କରଣ ବୁଲାନିଙ୍କୁ କରୋନା ହୋଇଛି । କିଛି ଦିନ ପୂର୍ବରୁ ଅଭିନେତ୍ରୀ କରୀନୀ କପୁର ଓ ଅମୃତା ରାଓ ମଧ୍ୟ କରୋନା ଦ୍ଵାରା ଆକ୍ରାନ୍ତ ହୋଇଥିଲେ ।




admin 