ମୋଦିଙ୍କୁ ଧନ୍ୟବାଦ ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

ମୋଦିଙ୍କୁ ଧନ୍ୟବାଦ ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

ମୋଦିଙ୍କୁ ଧନ୍ୟବାଦ ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭୟଙ୍କର ଯୁଦ୍ଧ ମଧ୍ୟରେ ୟୁକ୍ରେନରରୁ ୯ ନାଗରିକଙ୍କୁ ଉଦ୍ଧାର କରିଥିବାରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଭାରତ ଓ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଗୋଟିଏ ସହରରୁ ପାକିସ୍ତାନର ଜଣେ ଛାତ୍ରୀଙ୍କୁ ଭାରତୀୟ ଦୂତାବାସ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଏଥିପାଇଁ ଛାତ୍ରୀ ଜଣଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଦୂତାବାସକୁ ଧନ୍ୟବାଦ ଜଣାଇଛନ୍ତି। ଅସମା ସୈଫିକ୍ୟୁ ନାମକ ଏହି ପାକିସ୍ତାନ ଝିଅ ଜଣଙ୍କ ୟୁକ୍ରେନରେ ଫସିଥିଲେ ମଧ୍ୟ ଉଦ୍ଧାର ହୋଇ ପାରୁ ନଥିଲେ।

ହେଲେ କିଭ ସ୍ଥିତ ଭାରତୀୟ ଦୂତାବାସ ତାଙ୍କୁ ସହଯୋଗର ହାତ ବଢ଼ାଇ ସୁରକ୍ଷିତ ଭାବେ ୱାରଜୋନରୁ ଉଦ୍ଧାର କରିଛି। ଏଥିପାଇଁ ଅସମା ଗୋଟିଏ ଭିଡିଓ ଜାରି କରି ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି, କିଭ୍ ସ୍ଥିତ ଭାରତୀୟ ଦୂତାବାସ ଆମକୁ ସହଯୋଗ କରିଥିଲା। ଭାରତୀୟ ଦୂତାବାସ ଆମକୁ ସେଠାରୁ ସୁରକ୍ଷିତ ଉଦ୍ଧାର କରିବା ସହ ସବୁ ପ୍ରକାରର ସହାୟତା ଯୋଗାଇ ଦେଇଛି। ଏଥିପାଇଁ ଭାରତୀୟ ଦୂତାବାସ ନିକଟରେ କୃତଜ୍ଞ। ଦୂତାବାସକୁ ବହୁତ ବହୁତ ଧନ୍ୟବାଦ। ମୁଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ଆମର ଆଶା ଆମେ ପଶ୍ଚିମ ୟୁକ୍ରେନରୁ ସୁରକ୍ଷିତ ଭାବେ ଘରକୁ ଫେରିପାରିବୁ।