ମେସେଜ ନଆସିଥିଲେ କିମ୍ବା ପୂର୍ବ ସୂଚନା ନଥିବା କୌଣସି ବ୍ୟକ୍ତି ଆଉ ଟିକା କେନ୍ଦ୍ରକୁ ଆସିବେ ନାହିଁ : ମୁଖ୍ୟ ଶାସନ

ମେସେଜ ନଆସିଥିଲେ କିମ୍ବା ପୂର୍ବ ସୂଚନା ନଥିବା କୌଣସି ବ୍ୟକ୍ତି ଆଉ ଟିକା କେନ୍ଦ୍ରକୁ ଆସିବେ ନାହିଁ : ମୁଖ୍ୟ ଶାସନ

ମେସେଜ ନଆସିଥିଲେ କିମ୍ବା ପୂର୍ବ ସୂଚନା ନଥିବା କୌଣସି ବ୍ୟକ୍ତି ଆଉ ଟିକା କେନ୍ଦ୍ରକୁ ଆସିବେ ନାହିଁ : ମୁଖ୍ୟ ଶାସନ
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେବେ କରୋନାକୁ ମାତ ଦେବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଟିକାକରଣ ଜାରି ରହିଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ମୋବାଇଲ ଫୋନରେ ମେସେଜ ନଆସିଥିଲେ କିମ୍ବା ପୂର୍ବ ସୂଚନା ନଥିବା କୌଣସି ବ୍ୟକ୍ତି ଆଉ ଟିକା କେନ୍ଦ୍ରକୁ ଆସିବେ ନାହିଁ । ଏନେଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଲକଡାଉନର ପ୍ରଥମ ଦିନର ସମୀକ୍ଷା କରିବା ଅବସରରେ ଏହି ନିଷ୍ପତି ନିଆଯାଇଛି । ମୁଖ୍ୟ ଶାସନ ସଚିବଙ୍କ କାର୍ୟ୍ୟାଳୟରୁ ଜାରି ପ୍ରେସ ଇସ୍ତାହାର ଅନୁଯାୟୀ ଲକଡାଉନ ସମୟରେ ଟିକାକରଣ, ସ୍ୱାସ୍ଥ୍ୟସେବା, କୋଭିଡ ପରୀକ୍ଷା ଓଜରୁରୀ ସେବା ସହ ସଂପୃକ୍ତ କାର୍ୟ୍ୟାଳୟ ଖୋଲା ରହିବ । ଟିକାକରଣ ପାଇଁ ପଂଜିକରଣ ମେସେଜ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ପଂଜୀକୃତ ହୋଇନଥିବା ବ୍ୟକ୍ତିମାନେ ଟିକାକରଣ କେନ୍ଦ୍ର ଆଗରେ ଅଯଥା ଭିଡ ନଯମାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପନିବରିବା ହାଟ, ମାଛ, ମାଂସ ଦୋକାନ ପାଇଁ ଯେପରି ଗୋଟିଏ ଦୋକାନରୁ ଆଉ ଗୋଟିଏ ଦୋକାନ ଭିତରେ ଅନ୍ୟୁନ ୩୦ ଫୁଟ ଦୂରତା ରହିବ । ସେନେଇ ମଧ୍ୟ କଡ଼ା ନଜର ରଖିବାକୁ ଗୁରୁତ୍ୱ ଦିଆଯାଇଛି । କୌଣସି ପରିସ୍ଥିିତିରେ ଦୋକାନରେ ଲୋକଙ୍କ ଭିଡ ଦେଖିବାକୁ ମିଳିବ ନାହିଁ । ମାଇକ୍ ଯୋଗେ ଜନସାଧାରଣଙ୍କୁ ସତର୍କ କରାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସହରାଂଚଳ କର୍ତୃପକ୍ଷ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।