ମେ ୩୧ରେ ଓଜେଇ ଆବେଦନର ଶେଷ ତାରିଖ

ମେ ୩୧ରେ ଓଜେଇ ଆବେଦନର ଶେଷ ତାରିଖ

ମେ ୩୧ରେ ଓଜେଇ ଆବେଦନର ଶେଷ ତାରିଖ
ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦେବା ପାଇଁ ଛାତ୍ରଛାତ୍ରୀମାନେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ । ଅପରପକ୍ଷେ ଛାତ୍ରଛାତ୍ରୀମାନେ ଜୁନ ୫ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଫି ମଧ୍ୟ ଦାଖଲ କରିପାରିବେ ବୋଲି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦିପ କୁମାର ଚାନ୍ଦ ସୂଚନା ଦେଇଛନ୍ତି । ଏକ ବିଜ୍ଞପ୍ତିରେ ପ୍ରଫେସର ଚାନ୍ଦ କହିଛନ୍ତି କରୋନା ସଂକ୍ରମଣକୁ ରୋକିବା ପାଇଁ ତୃତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା ପରେ ଓଜେଇଇ ପକ୍ଷରୁ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବ୍ୟସ୍ତ କିମ୍ବା ବିବ୍ରତ ନ ହୋଇ ଓଜେଇଇ ୱେବସାଇଟରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ପ୍ରଫେସର ଚାନ୍ଦ କହିଛନ୍ତି । ଆସନ୍ତା ୧୭ ତାରିଖ ପରେ କରୋନା ପରିସ୍ଥିତିର ସମୀକ୍ଷା କରାଯାଇ ପରୀକ୍ଷାର ବିସ୍ତୃତ ସୂଚୀ ଓ ଆଡମିଟ କାର୍ଡ ଡାଉନଲୋଡ ନେଇ ବିଜ୍ଞପ୍ତି ଜାରି ହେବ । ତେଣୁ ଏ ବାବଦରେ ଛାତ୍ରଛାତ୍ରୀ କିମ୍ବା ଅଭିଭାବକମାନେ ବ୍ୟସ୍ତ କିମ୍ବା ବିବ୍ରତ ନ ହେବାକୁ ଓଜେଇଇ ଅଧ୍ୟକ୍ଷ ବାରଣ କରିଛନ୍ତି । ସେହିପରି ଦିଆଯାଇଥିବା ଅପଡେଟ ଦେଖିବାକୁ ପ୍ରଫେସର ଚାନ୍ଦ ପରାମର୍ଶ ଦେଇଛନ୍ତି । ଅପରପକ୍ଷେ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଥମ ପର୍ଯ୍ୟାୟ ଓଜେଇଇ କାଉନସେଲିଂ ପରେ ଖାଲି ପଡ଼ିଥିବା ବିଟେକ ପ୍ରଥମ ବର୍ଷ ସିଟ ଗୁଡ଼ିକ ପାଇଁ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଉଭୟ ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜ ଗୁଡ଼ିକରେ ଖାଲିଥିବା ଏହି ସିଟ୍ ଗୁଡ଼ିକରେ ନାମ ଲେଖିବା ପାଇଁ ଜେଇଇ ମେନ ୨୦୨୦ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ବିଟେକ ଖାଲି ସିଟ୍ ଗୁଡ଼ିକରେ ନାମ ଲେଖିବା ପାଇଁ ଆବେଦନ ମେ ୧୨ ତାରିଖରୁ ଆବେଦନ ଆରମ୍ଭ ହେବ । ସେ ବାବଦରେ ମଧ୍ୟ ୩୧ ପର୍ଯ୍ୟନ୍ତ ଆବେଦନ କରିହେବ । ଜୁନ ୫ ତାରିଖ ପର୍ଯ୍ୟନ୍ତ ଫି ଦାଖଲ କରିହେବ ।