ମେ' ୩ ତାରିଖ ପର୍ଯ୍ୟନ୍ତ ଦେଶରେ ବଢିଲା ଲକ ଡାଉନ୍

ମେ' ୩ ତାରିଖ ପର୍ଯ୍ୟନ୍ତ ଦେଶରେ ବଢିଲା ଲକ ଡାଉନ୍

ମେ' ୩ ତାରିଖ ପର୍ଯ୍ୟନ୍ତ ଦେଶରେ ବଢିଲା ଲକ ଡାଉନ୍
କରୋନାର ମୁକାବିଲା ପାଇଁ ସରକାର ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ମେ’ ୩ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରାଯାଇଛି । ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେଯେ, କରୋନା ସଂକ୍ରମଣଜନିତ କ୍ଷତିକୁ ଆମେ ହ୍ରାସ କରିବାରେ ବହୁଳ ଭାବେ ସଫଳ ହୋଇଛୁ । ଆଜି ପୂରା ବିଶ୍ୱରେ କରୋନା ମହାମାରୀ ସ୍ଥିତି ସମ୍ପର୍କରେ ଆମେ ଭଲଭାବେ ଜାଣିଛୁ । ଅନ୍ୟ ଦେଶ ତୁଳନାରେ ଆମେ କିଭଳି ଏହାର ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ନେଇଛୁ ସେଥିରେ ଦେଶବାସୀ ଭାଗୀଦାର ଅଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପହଁଚିବା ପୂର୍ବରୁ ବିଦେଶରୁ ଆସିଥିବା ଭାରତୀୟଙ୍କ ପାଇଁ ୧୪ ଦିନର ସଂଗରୋଧକୁ ବାଧ୍ୟତାମୂଳକ କରାଯାଇଥିଲା । ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୫୦୦ ଥିବାବେଳେ ୨୧ ଦିନିଆ ଲକଡାଉନ କରିବା ଭଳି ବଡ଼ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଦୁନିଆର ବଡ଼ ବଡ଼ ଦେଶର ଆକ୍ରାନ୍ତ ସଂଖ୍ୟାକୁ ଦେଖିଲେ ଭାରତର ସ୍ଥିତି ଭଲ ରହିଛି । ଆମ ଦେଶ ତୁଳନାରେ ଅନ୍ୟ କେତେକ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁଗୁଣା ବୃଦ୍ଧିପାଇଛି । ଭାରତରେ କରୋନା ବିରୋଧରେ ଲଢେ଼ଇ ଆଗକୁ କିଭଳି ବଢ଼ିବ, ଆମେ ବିଜୟୀ କିପରି ହେବା, କ୍ଷତି କେମିତି କମ ହେବ ସେସମ୍ପର୍କରେ ରାଜ୍ୟମାନଙ୍କ ସହ ନିରନ୍ତର ଚର୍ଚ୍ଚା ଜାରିରହିଛି । ଲକଡାଉନକୁ ବଢ଼ାଇବା ପାଇଁ ରାଜ୍ୟ ସରକାର ଓ ନାଗରିକମାନେ ବି ପରାମର୍ଶ ଦେଇଛନ୍ତି । କେତେକ ରାଜ୍ୟ ଲକଡାଉନ ଅବଧି ବି ବୃଦ୍ଧି କରାଯାଇଛି । ତେଣୁ ମେ’ ୩ ପର୍ଯ୍ୟନ୍ତ ଲକଡାଉନରେ ରହିବାକୁ ପଡ଼ିବ ।