ମୁମ୍ବାଇର ୫୫ ମହଲା କୋଠାରେ ନିଆଁ : ୩୫୦୦ ଲୋକ ସ୍ଥାନାନ୍ତର

ମୁମ୍ବାଇର ୫୫ ମହଲା କୋଠାରେ ନିଆଁ : ୩୫୦୦ ଲୋକ ସ୍ଥାନାନ୍ତର

ମୁମ୍ବାଇର ୫୫ ମହଲା କୋଠାରେ ନିଆଁ : ୩୫୦୦ ଲୋକ ସ୍ଥାନାନ୍ତର
ମୁମ୍ବାଇ : ମୁମ୍ବାଇର ଏକ ୫୫ ମହଲାର କୋଠାରେ ନିଆଁ ଲାଗିଯାଇଥିଲା । ଏହା ଫଳରେ ପ୍ରାୟ ୩୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସେଣ୍ଟ୍ରାଲ ମୁମ୍ବାଇର ନାଗପାଡାର ସିଟି ସେଣ୍ଟର ମଲ ନିକଟରେ ରହିଥିବା ୫୫ ମହଲା କୋଠାରେ ଗୁରୁବାର ରାତିରେ ନିଆଁ ଲାଗି ଯାଇଥିଲା । ପ୍ରାୟ ୨୫୦ରୁ ଅଧିକ ଅଗ୍ନଶମ କର୍ମଚାରୀଙ୍କ ଅକ୍ଳାନ୍ତ ଉଦ୍ୟମ ପରେ ନିଆଁକୁ ଆୟତ କରାଯାଇଥିଲା । ଏହି ଅଗ୍ନିକାଣ୍ଡ ଘଟଣାରେ କେହି ସାଧାରଣ ଜନତା ଆହତ ହୋଇନଥିବା ବେଳେ ନିଆଁକୁ ଆୟତ କରିବାକୁ ଯାଇ ଦୁଇ ଜଣ ଅଗ୍ନିଶମ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ତଦନ୍ତ ଜାରି ରହିଛି ବୋଲି ଅଗ୍ନିଶମ ବିଭାଗ ମୁଖ୍ୟ ଶଶୀକାନ୍ତ କାଲେ ସୂଚନା ଦେଇଛନ୍ତି । ମୁମ୍ବାଇ ମେୟର କିଶୋରୀ ପେଡନେକର ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟିଥିବା ସ୍ଥାନକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ ।