ନୟାପଲ୍ଲୀରୁ ଏୟାରପୋର୍ଟକୁ ଗ୍ରୀନ କରିଡର

ନୟାପଲ୍ଲୀରୁ ଏୟାରପୋର୍ଟକୁ ଗ୍ରୀନ କରିଡର

ନୟାପଲ୍ଲୀରୁ ଏୟାରପୋର୍ଟକୁ ଗ୍ରୀନ କରିଡର
ଭୁବନେଶ୍ୱର : ରାଜଧାନୀର ନୟାପଲ୍ଲୀରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ମଧ୍ୟରେ ଏକ ଗ୍ରୀନ କରିଡର କରାଯିବ । ଜଣେ ରୋଗୀଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରିବା ପାଇଁ ଏହି ଗ୍ରୀନ କରିଡର କରାଯିବ । ନୟାପଲ୍ଲୀରୁ ସମ୍ପୃକ୍ତ ରୋଗୀଙ୍କୁ ୭-୮ ମିନିଟ ମଧ୍ୟରେ ବିମାନ ବନ୍ଦରକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ରହିଥିବା ଜଣେ ରୋଗୀଙ୍କ ଅବସ୍ଥା ସଙ୍ଗୀନ ରହିଥିବା ବେଳେ ତାଙ୍କର ଫୁସଫୁସ ପ୍ରତିରୋପଣ କରାଯିବ । ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ହାଇଦ୍ରାବାଦର କିମ୍ସକୁ ସ୍ଥାନାନ୍ତର କରାଯିବ । ରୋଗୀ ଜଣକ ବ୍ରହ୍ମଗିରିର କୃଷ୍ଣପ୍ରସାଦ ବ୍ଲକର ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଗୁରୁତର ଅବସ୍ଥାରେ ରହିଥିବା ରୋଗୀଙ୍କୁ ସ୍ଥାନାନ୍ତର କରିବା ପାଇଁ ବିନା ଟ୍ରାଫିକରେ ଗ୍ରୀନ କରିଡରର ବ୍ୟବସ୍ଥା କରାଯାଇଥାଏ ।