ମୁଣ୍ଡ ନୂଆଁଇଲା ମୋଦି ସରକାର, ୩ କୃଷି ଆଇନ ପ୍ରତ୍ୟାହାର କଲେ

ମୁଣ୍ଡ ନୂଆଁଇଲା ମୋଦି ସରକାର, ୩ କୃଷି ଆଇନ ପ୍ରତ୍ୟାହାର କଲେ

ମୁଣ୍ଡ ନୂଆଁଇଲା ମୋଦି ସରକାର, ୩ କୃଷି ଆଇନ ପ୍ରତ୍ୟାହାର କଲେ

ନୂଆଦିଲ୍ଲୀ: ଜିତିଲେ ଚାଷୀ। ମୁଣ୍ଡ ନୁଆଁଇଲେ କେନ୍ଦ୍ର ସରକାର। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଗୁରୁ ନାନକ ଜୟନ୍ତୀ ପ୍ରକାଶ ପର୍ବ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ କୃଷି ଆଇନକୁ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଛନ୍ତି। ଏହା ସହିତ ଦେଶବାସୀଙ୍କୁ କ୍ଷମା ମାଗି କୃଷକମାନଙ୍କୁ ଘରକୁ ଫେରିଯିବାକୁ ଅନୁରୋଧ କରିଛନ୍ତି। ଆସନ୍ତା ସଂସଦ ଅଧିବେଶନରେ ନୂଆ କରି ଆଇନ ଅଣାଯିବ । ଏଥିପାଇଁ ଏକ କମିଟି ଗଠନ କରାଯିବ ବୋଲି ସେ ଘୋଷଣା କରିଛନ୍ତି।  ଦୀର୍ଘ ଗୋଟିଏ ବର୍ଷ ହେଲା କେନ୍ଦ୍ର ସରକାରଙ୍କ ଏହି କୃଷି ଆଇନକୁ ବିରୋଧ କରି ଶତାଧିକ ଲୋକ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିଲେ।

ଶେଷରେ ମୋଦି ଆଜି ଏହାକୁ ପ୍ରତ୍ୟାହାର କରାଯାଉଥିବା ଘୋଷଣା କରିଛନ୍ତି। ଏଥିସହ କିଛି ଚାଷୀଙ୍କୁ ଆଇନର ମହତ୍ତ୍ୱ ବିଷୟରେ ସରକାର ବୁଝାଇ ପାରି ନଥିବାରୁ ମୋଦି ଦେଶବାସୀଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଘରକୁ ଫେରିଯିବାକୁ କହିଛନ୍ତି। ଏହି ବିଜୟରେ କୃଷକ ଖୁସି ଜାହିର କରିଥିବାବେଳେ ବିରୋଧୀ ରାଜନୈତିକ ଦଳ ଏହାକୁ କୃଷକଙ୍କ ବିଜୟ ବୋଲି କହିଛନ୍ତି। ଏହାକୁ ମୋଦି ସରକାରଙ୍କ ପରାଜୟ ବୋଲି ବିରୋଧୀ କହୁଛନ୍ତି। ଆଗକୁ ୟୁପି ଓ ପଞ୍ଜାବ ନିର୍ବାଚନ ଥିବାରୁ ପରାଜୟ ଭୟରେ ମୋଦି ସରକାର ଚାଷୀଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିବା ବିରୋଧୀ କହିଛନ୍ତି।