ମୁଣ୍ଡ ନୁଆଁଇଛି ଅହଂକାର: ରାହୁଲ ଗାନ୍ଧି

ମୁଣ୍ଡ ନୁଆଁଇଛି ଅହଂକାର: ରାହୁଲ ଗାନ୍ଧି

ମୁଣ୍ଡ ନୁଆଁଇଛି ଅହଂକାର: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଚାଷୀଙ୍କ ଆନେ୍ଦାଳନ ଆଗରେ ମୁଣ୍ଡ ନୁଆଁଇଛନ୍ତି କେନ୍ଦ୍ର ସରକାର। ଆଜି ତିନିଟି କୃଷି ଆଇନ ପ୍ରତ୍ୟାହାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କୃଷି ଆଇନ ପ୍ରତ୍ୟାହାର କରି ମୋଦି ଆନ୍ଦୋଳନକାରୀ କୃଷକଙ୍କୁ ଘରକୁ ଫେରିଯିବାକୁ କହିଛନ୍ତି।  ଯାହା କରାଯାଇଛି ଚାଷୀଙ୍କ ହିତ ପାଇଁ କରାଯାଇଛି । ଚଳିତ ମାସରେ ହେବାକୁ ଥିବା ସଂସଦୀୟ ଅଧିବେଶନରେ ତିନି କୃଷି ଆଇନ ଉଚ୍ଛେଦ ପାଇଁ ପ୍ରକ୍ରିୟା ।

ତେବେ ଏହି ୩ଟି କୃଷି ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ରାହୁଲ କହିଛନ୍ତି ଦେଶର ଅନ୍ନଦାତାଙ୍କ ସତ୍ୟାଗ୍ରହ ଆଗରେ ଅହଂକାର ମୁଣ୍ଡ ନୁଆଁଇଛି । ଏହା ସହିତ ରାହୁଲ କୃଷକଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇ ଟ୍ୱିଟରେ ମାଧ୍ୟମରେ ଲେଖିଛନ୍ତି ଯେ ‘ଦେଶର ଅନ୍ନଦାତାଙ୍କ ସତ୍ୟାଗ୍ରହ ଆଗରେ ମୁଣ୍ଡ ନୁଆଁଇଛି ଅହଂକାର, ଅନ୍ୟାୟ ବିରୁଦ୍ଧରେ ଏହି ବିଜୟ ପାଇଁ କୃଷକଙ୍କୁ ଅଭିନନ୍ଦନ! ଜୟ ହିନ୍ଦ, ଜୟ ହିନ୍ଦର କୃଷକ! କଂଗ୍ରେସ ଏହି କୃଷି ଆଇନକୁ କ୍ରମାଗତ ଭାବରେ ବିରୋଧ କରିଆସୁଥିଲା । 

ତେବେ ଆଜି କୃଷି ଆଇନ୍ ପ୍ରତ୍ୟାହାର ଯୋଗୁଁ ବିଭିନ୍ନ ସ୍ଥାନରେ କୃଷକମାନେ ବାଣ ଫୁଟାଇ, ମିଠା ଖାଇ ଖୁସି ମନାଉଛନ୍ତି ।