ମୁଖ୍ୟ ସଚିବଙ୍କ ବାତ୍ୟା ସମୀକ୍ଷା

ମୁଖ୍ୟ ସଚିବଙ୍କ ବାତ୍ୟା ସମୀକ୍ଷା

ମୁଖ୍ୟ ସଚିବଙ୍କ ବାତ୍ୟା ସମୀକ୍ଷା
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର, ଏନଡିଆରଏଫ ବରିଷ୍ଠ ଅଧିକାରୀ ସାମିଲ ଅଛନ୍ତି । ପ୍ରଭାବିତ ହେବାରୁ ଥିବା ୧୦ରୁ ଅଧିକ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଛନ୍ତି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବୈଠକରେ ଆଲୋଚନା ହୋଇଛି । ଅନ୍ୟପକ୍ଷରେ ବାତ୍ୟା ପ୍ରସ୍ତୁତି ନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ନେଇ ଆଜି ଆଇଏମଡି, ଏନଡିଏମଏ ସହ ବୈଠକ ହୋଇଛି । ଆଇଏମଡି ଆକଳନ ଅନୁସାରେ କାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୨୩ରେ ତାହା ଡିପ୍ରେସନ ଓ ୨୪ରେ ବାତ୍ୟାରେ ପରିଣତ ହେବ । ପ୍ରାକ ଆକଳନ ଅନୁସାରେ ଉତ୍ତର ଓଡ଼ିଶା-ସୁନ୍ଦରବନ ମଧ୍ୟରେ ସ୍ଥଳ ଭାଗ ଛୁଇଁବ । ତେବେ ତାହାର ଗତି, ବେଗ ଓ ତୀବ୍ରତା କେତେ ରହିବ ସେ ନେଇ ଆଇଏମଡି କହିନି । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଥିବା ସେ କହିଛନ୍ତି । ଏହାଛଡ଼ା କହିଛନ୍ତି ଯେ... ୧- ଓଡ୍ରାଫ, ଅଗ୍ନିଶମ ଏବଂ ଏନଡିଆରଏଫ ଟିମକୁ ପଠାଯାଉଛି ୨- ଗୁଜୁରାଟ ଯାଇଥିବା ଏନଡିଆରଏଫର ୫ଟି ଟିମ ଆଜି ଫେରି ଆସିବେ ୩- ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଛଡ଼ାଯାଉନି, ଯିଏ ଅଛନ୍ତି ଫେରି ଆସିବେ ୪- ଯେଉଁ ମାଛଧରା ବୋଟ ଅଛନ୍ତି, କୋଷ୍ଟଗାର୍ଡ ଫୋରାର ଆଣୁଛନ୍ତି ୫- ସହରରେ ଲାଗିଥିବା ହାଇମାଷ୍ଟ ଲାଇଟ ତଳକୁ ଖସାଇ ଦିଆଯାଇଛି ୬- ବିଜ୍ଞାପନ ଲାଗିଥିବା ବିଭିନ୍ନ ହୋର୍ଡିଂ, ବୋର୍ଡ ଖୋଲିବାକୁ କୁହାଯାଇଛି ୭- ୨୪ ତାରିଖ ସୁଦ୍ଧା ନଖୋଲିଲେ ପୌର କର୍ମଚାରୀ ଜୋର କରି ଖୋଲିବେ