ମିଳିଲାନି ପ୍ରାପ୍ୟ, ଏହି ସିରିଜ୍‌ରୁ ଦୂରେଇଲେ ସଚିନ୍

ମିଳିଲାନି ପ୍ରାପ୍ୟ, ଏହି ସିରିଜ୍‌ରୁ ଦୂରେଇଲେ ସଚିନ୍

ମିଳିଲାନି ପ୍ରାପ୍ୟ, ଏହି ସିରିଜ୍‌ରୁ ଦୂରେଇଲେ ସଚିନ୍

ନୂଆଦିଲ୍ଲୀ: ସଚିନଙ୍କ ଫ୍ୟାନଙ୍କ ପାଇଁ ଆସିଛି ନିରାଶାଜନକ ଖବର। ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବାକୁଥିବା ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜରେ ଖେଳିବେ ନାହିଁ ସଚିନ। ଗତ ସିଜନରେ ଇଣ୍ଡିଆ ଲିଜେଣ୍ଡସ ଟିମର କ୍ୟାପଟେନ୍ ଥିଲେ ସଚିନ୍ ତେନ୍ଦୁଲକର। ଗତ ସିଜନରେ ଆୟୋଜକ ଅନେକ ଖେଳାଳିଙ୍କୁ ସେମାନଙ୍କର ପ୍ରାପ୍ୟ ଦେଇନଥିଲା। ସଚିନ ମଧ୍ୟ ତାଙ୍କ ପ୍ରାପ୍ୟ ପାଇ ନାହାନ୍ତି। ପ୍ରାପ୍ୟ ନପାଇବା କାରଣରୁ ସଚିନ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସିଜନରେ ନଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ସଚିନଙ୍କ ନେତୃତ୍ୱରେ ଇଣ୍ଡିଆ ଲିଜେଣ୍ଡସ୍ ଗତବର୍ଷ ଶ୍ରୀଲଙ୍କା ଲିଜେଣ୍ଡସକୁ ହରାଇ ଟାଇଟଲ୍ ଜିତିଥିଲା।

ସଡ଼କ ସୁରକ୍ଷାର ବାର୍ତ୍ତା ଦେବା ପାଇଁ ଗତବର୍ଷ ପ୍ରଥମଥର ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ବ୍ୟତୀତ ଶ୍ରୀଲଙ୍କା, ବାଂଲାଦେଶ, ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକାର ଅବସରପ୍ରାପ୍ତ ଖେଳାଳି ଭାଗ ନେଇଥିଲେ। ୨୦୨୦ରେ ଟୁର୍ଣ୍ଣାମେଣ୍ଟ ଛତିଶଗଡ଼ର ରାଜଧାନୀ ରାୟପୁରରେ ଖେଳାଯାଇଥିଲା। କିନ୍ତୁ ଏଥର ଟୁର୍ଣ୍ଣାମେଣ୍ଟର ଆୟୋଜନ ମାର୍ଚ୍ଚ ୧ରୁ ୧୯ ତାରିଖ ଯାଏ ୟୁଏଇରେ ହେବା ପାଇଁ ସ୍ଥିର ହୋଇଛି। କିନ୍ତୁ ଟୁର୍ଣ୍ଣାମେଣ୍ଟର ଠିକ୍ ପୂର୍ବରୁ ବଡ଼ ଝଟକା ଲାଗିଛି।

ବାଂଲାଦେଶ ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଦେଶର କିଛି ପୂର୍ବତନ ଖେଳାଳିଙ୍କୁ ଏପର୍ୟ୍ୟନ୍ତ ପ୍ରଥମ ସିଜନର କୌଣସି ପ୍ରାପ୍ୟ ଦିଆଯାଇନାହିଁ। ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶ ପକ୍ଷରୁ ଖାଲିଦ୍ ମେହମୁଦ୍ ସୁଜୋନ୍, ଖାଲିଦ୍ ମାସୁଦ୍ ପାଇଲଟ୍, ମେହରାବ ହୁସେନ୍, ରାଜିନ୍ ସାଲେ, ହନ୍ନନ୍ ସରକାର ଓ ନଫିସ୍ ଇକବାଲ୍ ସାମିଲ୍ ଥିଲେ।

 ସୂଚନା ମୁତାବକ, ୨୦୨୦ରେ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରତି ଖେଳାଳିଙ୍କୁ ଚୁକ୍ତି କରିବା ପରେ ୧୦ ପ୍ରତିଶତ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଯାହା ପରେ ୨୦୨୧, ଫେବୃଆରୀ ୨୫ ତାରିଖ ଯାଏ ୪୦ ପ୍ରତିଶତ ରାଶି ପ୍ରଦାନ କରାଯିବାର ଥିଲା ଏବଂ ବାକି ୫୦ ପ୍ରତିଶତ ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା କରାଯିବାର ଥିଲା।