ମିଳିଲାନି ଦୁଷ୍କର୍ମ ପ୍ରମାଣ, ଅଭିଯୁକ୍ତ ଖଲାସ
ମିଳିଲାନି ଦୁଷ୍କର୍ମ ପ୍ରମାଣ, ଅଭିଯୁକ୍ତ ଖଲାସ
admin
Nov 11, 2019 - 09:19
Updated: Nov 11, 2019 - 09:19
ଭୁବନେଶ୍ୱର: ରାଜଧାନୀରୁ ଏକ ଭଡ଼ା କାରରେ ଯାଉଥିବା ଜଣେ ଯୁବତୀଙ୍କୁ ଚଳନ୍ତା କାରରେ ଦୁଷ୍କର୍ମ ପରେ ଫିଙ୍ଗି ଦେବା ଘଟଣାରେ ଏକ ନୂଆ ମୋଡ଼ ଆସିଛି । ପୀଡ଼ିତା ଜଣକ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆଣିଥିବାବେଳେ ପୁଲିସକୁ କିନ୍ତୁ ଦୁଷ୍କର୍ମ ସମ୍ପର୍କିତ କୌଣସି ପ୍ରମାଣ ମିଳିନାହିଁ । ଫଳରେ ଏହି ଘଟଣାରେ ଅଟକ ଉକ୍ତ କାରର ଡ୍ରାଇଭରଙ୍କୁ ଖଲାସ କରିଦିଆଯାଇଛି । ଗତ ୪ ଦିନ ହେଲା ପୁଲିସ କାର ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚୁରା କରୁଥିଲା । ଗତ ୮ ତାରିଖ ଦିନ ଯୁବତୀ ଜଣକ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଦୁଷ୍କର୍ମ ପରେ ତାଙ୍କୁ କାରରୁ ଖୋର୍ଦ୍ଧାରେ ଫିଙ୍ଗି ଦିଆଯାଇଥିବା ସେ ଅଭିଯୋଗ କରିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ,ଘଟଣା ଦିନ ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଜେମାଦେଈପୁରର କିଛି ଯୁବକ ଗ୍ରାମ ରାସ୍ତା ନିକଟସ୍ଥ ଶ୍ମଶାନ କଡ଼ରେ ଜଣେ ଯୁବତୀ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ତାଙ୍କର ଶରୀର କ୍ଷତାକ୍ତ ହୋଇଥିବା ଓ ପିନ୍ଧା ପୋଷାକ ଏବଂ ଅନ୍ତଃବସ୍ତ୍ର ଚିରି ଯାଇଥିଲା । ଯୁବତୀଙ୍କ ଚେତା ଫେରିବା ପରେ ସେ ଭୁବନେଶ୍ୱରରେ କାମ କରୁଥିବା କହିଥିଲେ । ସେ ସବୁଦିନ ପରି ଆଜି ମଧ୍ୟ କାର୍ ଭଡ଼ା କରି ଖୋର୍ଦ୍ଧା ଫେରୁଥିଲେ । ସେହି କାରରେ ୩ ଜଣ ବସିଥିଲେ । ତେବେ ତାଙ୍କ ସହ ବହୁତ କିଛି ହୋଇଛି ଓ ସେ ଆଉ ବଂଚିବାକୁ ଚାହୁଁନଥିବା କହିଥିଲେ । ଏହି ଘଟଣାରେ ଗତ ୪ ଦିନ ହେଲା ପୁଲିସ କାର ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚୁରା କରୁଥିଲା ।